Below header

ଯାଜପୁର:ଗତକାଲି ଗରଡିହ ଗାଁରେ ରାତି କାଟିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଲୋକଙ୍କୁ ପଚାରି ବୁଝିଲେ ଗାଁର ସମସ୍ୟା

ଯାଜପୁର ଟାଉନ(କେନ୍ୟୁଜ୍): ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଂଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି।

ଗତକାଲି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ  ।ସରକାରୀ ଯୋଜନା ଗାଁରେ କେତେ ପହଂଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ସହ ଜନଶୁଣାଣୀ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏଥିସହ ଅନେକ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହାପରେ ଗାଁ ମହିଳାଙ୍କ ହାତ ତିଆରି ରୁଟି ତରକାରି ଓ ଭଜା ଖାଇ ରାତ୍ରୀ ଯାପନ କରିଛନ୍ତି ପ୍ରଣବ। ସକାଳୁ ଉଠି ଗ୍ରାମବାସୀଙ୍କ ସହ ମିଶି ଗ୍ରାମ ସଫେଇ କରିଥିଲେ । ବିଧାୟକଙ୍କ ଏଭଳି ରାତ୍ରିଯାପନ ପଂଳରେ ସାଧାରଣ ଲୋକଙ୍କ ନିକଟତର ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.