‘ଛପାକ’ର ପ୍ରମୋସନ ବେଳେ ଏପରି ନିଜ ଅନୁଭୂତି ବଖାଣିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଅଭିନୟ ଓ ଷ୍ଟାଇଲକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏତିକି ନୁହେଁ ବାସ୍ତବ ଦୁନିଆରେ ଦୀପିକା ଜଣେ ଖୁବ ଷ୍ଟ୍ରଙ୍ଗ ମହିଳା ମଧ୍ୟ । ଦୀପିକାଙ୍କ ଏହି ସ୍ୱତନ୍ତ୍ରତା ତାଙ୍କ ଅଭିନୀତ ଫିଲ୍ମ ଛପାକ ଦେଖିଲେ ଯେ କେହି ଜାଣିପାରିବ | ଦୀପିକା ଏହି ସିନେମାଟିରେ ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ହିଁ ଅଭିନୟ କରିଛନ୍ତି । ଲକ୍ଷ୍ମୀ ନାମକ ଏହି ଝିଅଟି ୨୦୦୫ ମସିହାରେ ମାତ୍ର ୧୫ ବର୍ଷ ବୟସରେ ହିଁ ନିଜ ଚେହେରା ହରାଇ ବସିଥିଲା । କିନ୍ତୁ ନିଜ ସାହସ ଓ ଧୈର୍ଯ୍ୟ ବଳରେ ସେ ଆଜି ସମାଜରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ।

dipika

ଖାଲି ସେତିକି ନୁହେଁ ନିଜ ଭଳି ଅନ୍ୟ ପୀଡିତା ମାନଙ୍କର ସାହାରା ମଧ୍ୟ ପାଲଟି ପାରିଛି । କିନ୍ତୁ ଏହା ହୁଏତ ଖୁବ କମ ଲୋକେ ଜାଣିଥିବେ ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରୁଥିବା ଦୀପିକା ବାସ୍ତବ ଜୀବନରେ ବି ଲକ୍ଷ୍ମୀ ପରି ସାହସୀ । ସଦା ସର୍ବଦା ଦୀପିକା ମହିଳାଙ୍କ ହକ ପାଇଁ ହିଁ ଲଢ଼ିଥାନ୍ତି | ‘ଛପାକ’ର ପ୍ରମୋସନ ସମୟରେ ବି ଦୀପିକା ଅଧିକାଂଶ ସମୟରେ କାନ୍ଦୁଥିବାର ନଜର ଆସିଥିଲେ । ନିଜ ଅନୁଭୁତିରେ ଦୀପିକା କହିଥିଲେ ଏହି ସିନେମା ସୁଟିଂ ସମୟରେ ସେ ଏହି ଭଳି ଅନେକ ଏସିଡ ପୀଡ଼ିତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ସମୟରେ ସେ ଏହି ଝିଅ ମାନଙ୍କ ଦୁଃଖକୁ ଅଙ୍ଗେ ନିଭେଇଥିବା କଥା ମଧ୍ୟ କହିଛନ୍ତି ।

ଏହା ପୂର୍ବରୁ ଦୀପିକା ପଦ୍ମାବତୀ ଚରିତ୍ର ରେ ବି ନାରୀ ମାନଙ୍କ ସଶକ୍ତିକରଣ ଉପରେ ସ୍ୱର ଉଠାଇଥିଲେ । ଖାଲି ସେତିକି ନୁହେଁ ଦୀପିକା ପତିଙ୍କ ବିନା ବଞ୍ଚୁଥିବା ମହିଳା ମାନଙ୍କୁ ବି ଖୁବ ପ୍ରୋତ୍ସାହିତ କରିଥାନ୍ତି । ସେମାନେ ନିଜକୁ ଯେଭଳି ସମାଜରେ ଏକା ନଭାବନ୍ତୁ ଓ ସମ୍ମାନର ଶହ ବଞ୍ଚନ୍ତୁ ସେ ନେଇ ଚେଷ୍ଟା କରିଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.