ଅନୁଗୁଳ: ବସ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ସର୍ବସାଧାରଣରେ ଉଠବସ ହେଲେ ବସ କଣ୍ଡକ୍ଟର

ଆଠମଲ୍ଲିକ(କେନ୍ୟୁଜ୍): ବସ୍‌ ଭିତରେ ମହିଳାଙ୍କୁ ଅସଦାଚରଣ ପଡିଲା ମହଙ୍ଗା । ହଟହଟା ହେଲେ ବସ୍‌ କଣ୍ଟକ୍ଟର । ସର୍ବସାଧାରଣରେ ବସ୍‌ ଉଠ୍‌ ହେଲେ । ଭୁଲ୍‌ ମାଗିଲେ । ଏହି ଲଜ୍ଜାଜନକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ । ଅଭିଯୋଗ ହୋଇଛି, ଘରୋଇ ଶ୍ରୀରାମ ବସର ଏହି କଣ୍ଟକ୍ଟର ଜଣେ ମହିଳାଙ୍କୁ ବସ୍‌ ଭିତରେ ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ଅନୁଗୁଳରୁ ଏହି ବସରେ ଆଠମଲ୍ଲିକର ଆସିବା ବେଳେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ କଣ୍ଟକ୍ଟର । ବସଟି ଆଠମଲ୍ଲିକ ବସଷ୍ଟାଣ୍ଟରେ ପହଞ୍ଚିବା ପରେ କଣ୍ଟକ୍ଟରଙ୍କୁ ବସ୍‌ ଉଠ୍‌ କରାଇଥିଲେ ମହିଳା । ପରେ ସେ ଭୁଲ୍‌ ବି ମାଗିଥିବା ଜଣା ପଡ଼ିଛି । ଏହି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.