Below header

ସବୁବେଳେ ଦୀପିକାଙ୍କ ଡ୍ରେସିଂକୁ କପି କରିଥାନ୍ତି ଆଲିଆ ଭଟ୍ଟ, ବିଶ୍ୱାସ ହେଉନଥିଲେ ଥରେ ପକାନ୍ତୁ ନଜର

କୌଣସି ଫ୍ୟାଶନ ଶୋ’ ହେଉ ଅବା ଆଓ୍ଵାର୍ଡ ନାଇଟ୍‌ ବଲିଉଡ୍‌ ନାୟିକାମାନେ ୟୁନିକ୍‌ ତଥା ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ସବୁଠାରୁ ହଟ୍‌କେ ଗେଟ୍‌ ଅପ୍‌ ପାଇଁ ରୂପେଲି ପରଦାର ନାୟିକାମାନେ ଭିନ୍ନ ଭିନ୍ନ ଡିଜାଇନରଙ୍କୁ ହାୟର ମଧ୍ୟ କରିଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡ୍ରେସ ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ବୁହାଉଥିବା ଏହି ସେଲିବ୍ରିଟି ବେଳେ ବେଳେ ଅନ୍ୟ ଅଭିନେତ୍ରୀଙ୍କୁ କପି ମଧ୍ୟ କରିଥାନ୍ତି। ଏହା ପ୍ରମାଣ ଗତବର୍ଷ ଦେଖିବାକୁ ମିଳିଛି। ୨୦୧୯ରେ ଏମିତି ଅନେକ ପ୍ରୋଗ୍ରାମରେ ସେଭଳି ଦୃଶ୍ୟ ନଜର ଆସିଥିଲା।୨୦୧୯ ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ କପି କରିଥିବା ଦେଖିବାକୁ ମିଳିଛି। ତାଙ୍କର ମଲ୍ଟି କଲର ଶାଢ଼ି ଖୁବ୍‌ ଚର୍ଚ୍ଚାକୁ ଆସିଥିଲା।

କେବଳ ଶାଢ଼ି ନୁହେଁ ଆଲିଆ ଦୀପିକାଙ୍କ ଅନାରକଲି ସୁଟ୍‌କୁ ମଧ୍ୟ କପି କରିଥିଲେ।

ଏଥିପାଇଁ ଫ୍ୟାନମାନେ ତାଙ୍କୁ ଟ୍ରୋଲ୍‌ କରିବା ସହ ମଜାକ୍‌ ମଧ୍ୟ ଉଡ଼ାଇଥିଲେ।

କେବଳ ଆଲିଆ ନୁହେଁ ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ କରିସ୍ମା କପୁରଙ୍କ ଡ୍ରେସ୍‌ ମଧ୍ୟ ଏକା ଭଳି ଥିଲା। ଉଭୟଙ୍କର ଏକ ବ୍ଲୁ ରଙ୍ଗର ଡିଜାଇନର ଡ୍ରେସ୍‌ ସମାନ ଥିଲା।

ଏହି କପି ତାଲିକାରେ ସୋନାକ୍ଷୀ ସିହ୍ନାଙ୍କ ନାଁ ମଧ୍ୟ ରହିଛି। ସୋନାକ୍ଷୀଙ୍କୁ ମଲାଇକାଙ୍କ ଡିପ୍‌କ୍ଲିବେଜ୍‌ ଥାଇ-ହାଇ ସ୍ଲିଟ୍‌ ଡ୍ରେସ୍‌ ପସନ୍ଦ ଆସିଥିଲା ଓ ସେ ତାହାକୁ କପି କରିଥିଲେ।

ଅନ୍ୟପଟେ ସୋନମ୍‌ କପୁର ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଗ୍ରେ କଲରର ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଆସିଥିଲେ।

କେବଳ ଏମାନେ ନୁହେଁ ଆହୁରି ଅନେକ ଅଭିନେତ୍ରୀ ପରସ୍ପରକୁ କପି କରିଥିବା ନଜର ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.