ହାତୀ ନୁହେଁ ଅଜଗର ଅଟକାଇ ଦେଲା ଟ୍ରେନ୍‌, ଛାଡ଼ିବାରେ ହେଲା ବିଳମ୍ବ

ଟ୍ରେନକୁ ରୋକିଲା ଏକ ଅଜଗର। ଆଜ୍ଞା ହଁ ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ପଶ୍ଚିମ ମଧ୍ୟ ରେଲେଓ୍ଵ (ଜବଲପୁର) ରେ ଦେଖିବାକୁ ମିଳିଛି। ପଶ୍ଚିମ ମଧ୍ୟ ରେଲେଓ୍ଵ (ଜବଲପୁର) ଅଞ୍ଚଳର ଅଧିକାରୀ ମୃତ୍ୟୁଞ୍ଜୟ କୁମାର ଗତ ଶନିବାର କହିଛନ୍ତି ଶୁକ୍ରବାର ସକାଳ ୧୧ଟାରେ ମାନିକପୁରରୁ ସତନା ଯାଉଥିବା ହାଓ୍ଵଡା-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ ଟିକରିୟା ରେଲୱେ ଷ୍ଟେସନ ଆଗରେ ମଝଗଓ୍ଵା ରେଳ ପଥରେ ହଠାତ୍‌ ୨୦ ଫୁଟର ଅଜଗର ଆସିଯିବାରୁ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା।

trackରେଲୱେ ଅଧିକାରୀଙ୍କ କହିବାନୁଯାୟୀ ଅନ୍ୟ ଏକ ଟ୍ରେନ କ୍ରସିଂ କାରଣରୁ ହାଓ୍ଵଡା-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ ଟିକରିୟା ରେଳ ଷ୍ଟେସନରେ ଅଟକି ରହିଥିଲା। କିନ୍ତୁ ଯେତେବେଳେ ରେଳ ଧାରଣା ଖାଲି ହେଲା ଏବଂ ଏହି ଟ୍ରେନ ଯାତ୍ରା କରିବା କରିବା ପାଇଁ ଘୋଷଣା ହୋଇଥିଲା ଠିକ୍‌ ସେହି ସମୟରେ ହଠାତ୍‌ ଏକ ଅଜଗର ରେଳ ଧାରଣା ଆଗକୁ ଚାଲି ଆସିଥିଲା। ଏହାକୁ ଦେଖିବା ପରେ ଟ୍ରେନ ଚାଳକ ଆପାତକାଳୀନ ବେକ୍ର ଲଗାଇ ଟ୍ରେନକୁ ରୋକିଥିଲେ ଏବଂ ପାଖାପାଖି ୧୦ ମିନିଟ୍‌ ପରେ ଅଜଗରଟି ସୁରକ୍ଷିତ ସହ ବାହାରକୁ ବାହାରିବା ପରେ ଟ୍ରେନଟି ଗଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.