ଚିଲିକାରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟ, ୨ଟି ନୂଆ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଥିବାର ମିଳିଲା ସୂଚନା

ବାଲୁଗାଁ(କେନ୍ୟୁଜ୍): ସରିଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା କାର୍ଯ୍ୟ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଛି । ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପକ୍ଷୀ ଗଣନା କାର୍ଯ୍ୟ ସମାପନ ହୋଇଛି । ୨୧ଟି ଟିମ୍‌ରୁ ୧୦୦ରୁ ଅଧିକ କର୍ମଚାରୀ ନଳବଣ, ମଙ୍ଗଲାଯୋଡି, ସୋରଣ, ଚନ୍ଦ୍ରାପୁଟ, ବାଲୁଗାଁ ଓ ସାତପଡ଼ା ଆଦି ବିଭିନ୍ନ ସ୍ଥାନରେ ଗଣନା କାର୍ଯ୍ୟ କରିଛନ୍ତି । ଏଥର ଦୁଇଟି ନୂଆ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଥିବା ଜଣାପଡ଼ିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଗଣନା ଚାଲିଛି । ସମ୍ପୂର୍ଣ୍ଣ ଗଣନା ପରେ ଚିଲିକାକୁ ଆସିଥିବା ପକ୍ଷୀ ସଂଖ୍ୟା ଜଣାପଡ଼ିବ । ଗତବର୍ଷ ଚିଲିକାକୁ ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିଲେ।

 

Leave A Reply

Your email address will not be published.