ଗ୍ରାଜୁଏଟ୍‌ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, SBI ରେ ୮ ହଜାର କ୍ଲର୍କ ପଦବୀରେ ନିଯୁକ୍ତି ଜାରି

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ରେ କ୍ଲର୍କ, ଜୁନିୟର ଆସୋସିଏଟ୍‌ରେ ୮୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଏସବିଆଇର କ୍ଲର୍କ ନିଯୁକ୍ତି ୨୦୨୦ ବର୍ଷ ପାଇଁ ଅନଲାଇନ୍‌ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ କରିବା ପାଇଁ ଅଧିକାରୀକ େଓ୍ଵବସାଇଟ sbi.co.in ଉପଲବ୍ଧ ଲିଙ୍କ୍‌ ମାଧ୍ୟମରେ ଏସବିଆଇ କ୍ଲର୍କ ୨୦୨୦ ପାଇଁ ଅନଲାଇନ୍‌ ଆବେଦନ କରିପାରିବେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଜୁନିୟର ଆସୋସିଏଟ୍‌ ପଦବୀରେ ନିଯୁକ୍ତି ପାଇଁ ଦେଶରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ନିଯୁକ୍ତି ପାଇଁ ଏସବିଆଇ କ୍ଳର୍କ ୨୦୨୦ ଅଧିସୂଚନା ୦୨ ଜାନୁଆରୀ ୨୦୨୦ରେ ଜାରି କରାଯାଇଛି।

JOBସୂଚନା ମୁତାବକ ଏସବିଆଇ କ୍ଲର୍କ ୨୦୨୦ ରେଜିଷ୍ଟ୍ରେସନ ଗତ ୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ ଶେଷ ତାରିଖ ୨୬ ଜାନୁଆରୀ ୨୦୨୦ ରହିଛି। ଆବେଦନ କରିବା ପାଇଁ ସାମାନ୍ୟ/ଓବିସି/ଇଡବ୍ଲ୍ୟୁଏସ ବର୍ଗର ଆବେଦନକାରୀମାନେ ୨୬ ଜାନୁଆରୀ ୨୦୨୦ କିମ୍ବା ଏହି ତାରିଖ ପୂର୍ବରୁ ଅନଲାଇନ ଆବେଦନ ଶୁଳ୍କ ଜମା କରିବାର ଆବଶ୍ୟକତା ରହିଛି।

job applyଏହି ପଦବୀରେ ଆବେଦନ କରିବା ପାଇଁ ପାର୍ଥୀମାନଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ। ଏହି ପଦବୀରେ ଆବେଦନ କରିବା ପାଇଁ ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ ବର୍ଗଙ୍କ ପାଇଁ ୭୫୦ ଟଙ୍କା ଦେବାକୁ ପଡିବ। ଏହାବ୍ୟତୀତ ଏସସି, ଏସଟି, ପି ଡବ୍ଲୁଡି, ଏକ୍ସଏସ ବର୍ଗର ଆବେଦନକାରୀଙ୍କ ପାଇଁ କୌଣସି ଫିସ୍‌ ଦେବାକୁ ପଡିବ ନାହିଁ। ଆବେଦନକାରୀଙ୍କ ବୟସ ସୀମା ୧ ଜାନୁଆରୀ ୨୦୨୦ ସୁଦ୍ଧା ୨୦ ବର୍ଷରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.