Below header

ଯାଜପୁର: ଜୋରଧରିଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ୪ଥାକିଆ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଦାବି

ଯାଜପୁର(କନ୍ୟୁଜ୍): ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ପ୍ରନିଦିନ ଏହି ରାସ୍ତା ଦେଇ ହଜାର ହଜାର ଭାରିଯାନ ଚଳାଚଳ କରିଥାଏ। କଳିଙ୍ଗନଗର ଠାରେ ଥିବା କଳକାରଖାନା ଓ ସୁକିନ୍ଦା ଅଞ୍ଚଳରେ ଥିବା ଖଣି ଖଦାନରେ କାର୍ଯ୍ୟରତ ଶତାଧିକ ଶ୍ରମିକ ଓ କର୍ମଚାରୀ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଏହି ରାଜପଥ ଉପରେ ନିର୍ଭର କରନ୍ତି। ଏଥିସହ ଚଣ୍ଡିଖୋଲ,ଚଢେଇଧରା,କନ୍ତପଡା ଠାରେ ଥିବା ମହାବିଦ୍ୟାଳୟକୁ ଯିବା ଆସିବା କରିବାପାଇଁ  ଏହି ରାସ୍ତା ଉପରେ ନିର୍ଭର କରନ୍ତି ହଜାର ହଜାର ଛାତ୍ରଛାତ୍ରୀ। କିନ୍ତୁ ଏହି ଜାତୀୟ ରାଜପଥର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଏହି ରାଜପଥରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବାରୁ ଦୈନନ୍ଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି।

କଳିଙ୍ଗନଗରର କଳକାରଖାନା ଓ ସୁକିନ୍ଦାର ଖଣି ଖଦାନରୁ ସମସ୍ତ ପରିବହନ ଏହି ରାସ୍ତା ଦେଇ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରାଯାଏ। ଏହି ଅଣଓସରିଆ ଓ ଜରାଜିର୍ଣ୍ଣ ରାସ୍ତା ଉପରେ କବାଟବନ୍ଧ ଅଞ୍ଚଳ  ନିକଟରେ ୧.୩ କିଲୋମିଟର ବିଶିଷ୍ଟ ଏକ ବ୍ରାହ୍ମଣୀ ସେତୁ ମଧ୍ୟ ରହିଛି। ଏହି ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ।ଏହି ସେତୁ ଉପରେ ଯିବା ଆସିବା ସମୟରେ କମ୍ପନ ସୃଷ୍ଟି ହେଉଛି। ଏନେଇ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ବାରମ୍ବାର ଜିଲ୍ଲା ପ୍ରଶାସନ,ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକାରଣ ଅଧିକାରୀମାନଙ୍କ ସହ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ,ଏହି ସମ୍ବେଦନଶୀଳ ରାଜପଥକୁ ଅଣଦେଖା କରାଯାଉଛି।

prafula ghadei

ପୂର୍ବରୁ ମଞ୍ଚ ଦୁଇ ଦୁଇ ଥର ଆନ୍ଦୋଳନ କରିଥିଲା।ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ, ପ୍ରତିଶୃତି ପାଣିର ଗାର ପାଲଟିଛି ।ଯାହାକି ଜିଲ୍ଲା ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇଛି। ତେବେ ଆଜି ସଚେତନ ନାଗରିକ ମଂଚ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଲଗାତାର ଅବହେଳା ବିରୁଦ୍ଧରେ ଜାତୀୟ ରାଜପଥ ଅଧିକାରୀଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରାଯିବା ସହ  କୁଶପୁତ୍ତଳିକା ଦାହ କରାଜIଥିଲା। ଏଥିରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କଟୁ ସମାଲୋଚନା କରିବା ସହ ମଞ୍ଚ ପୁନର୍ବାର ଆଗାମୀ ଡିସେମ୍ବର ୩ ତାରିଖରେ ଦୁର୍ବାର ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଏହି ଅବସରରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚର  ଆବାହକ ସରୋଜକାନ୍ତ ବେହେରାଙ୍କ ସହ ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଯୁବକ ସାମିଲ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.