ଘୋଡ଼ା ନୁହେଁ ଲାଠି ଉପରେ ବସି ଦୌଡ଼ୁଛନ୍ତି ପୋଲିସ କର୍ମୀ, ଜାଣନ୍ତୁ ଏହା ପଛର କାରଣ

ଉତ୍ତର ପ୍ରଦେଶ ପୋଲିସ ବିଭାଗ ସବୁବେଳେ ଏମିତି କିଛି ନା କିଛି କାର୍ଯ୍ୟ କରିଥାଏ ଯାହା ତାଙ୍କୁ ଚର୍ଚ୍ଚା ପରିସରକୁ ଆଣିଥାଏ। ନିକଟରେ ଫିରୋଜାବାଦରେ ପୁଣିଥରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଫିରୋଜାବାଦରେ ପୋଲିସମାନେ ଘୋଡ଼ା ଜାଗାରେ ଲାଠି ଉପରେ ବସି ଦୌଡୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ପ୍ରଶ୍ନ କରିଛନ୍ତି ଯେ, ପୋଲିସ କ’ଣ ଦର୍ଶାଇବାକୁ ଚାହୁଁଛନ୍ତି। କିନ୍ତୁ ପରେ ଏନେଇ ପୋଲିସ ସ୍ପଷ୍ଟୀକରଣ ଦେଇ କହିଛି ଯେ ଏହା ମକ୍‌ଡ୍ରିଲ୍‌ର ଭିଡିଓ। ଏଥିରେ ଘୋଡ଼ା ସାହାଯ୍ୟରେ କିପରି ଭିଡ଼କୁ ନିୟନ୍ତ୍ରଣ କରାଯିବ ସେ ନେଇ ତାଲିମ ଦିଆଯାଉଛି। ଏଥିରେ ବ୍ୟବହୃତ ହୋଇଥିବା ଲାଠି ଘୋଡ଼ାର କାମ କରୁଛି ବୋଲି ସୂଚନା ମିଳିଛି।

ଦେଖନ୍ତୁ ଭିଡିଓ:

ଏହାସହ ପଢନ୍ତୁ: ଏହି ପାଞ୍ଚଟି ରହସ୍ୟମୟ ବିଚିତ୍ର ପ୍ରାଣୀଙ୍କ ବିଷୟରେ ଶୁଣିଲେ ଆପଣଙ୍କର ମଧ୍ୟ ଟାଙ୍କୁରି ଉଠିବ ଲୋମ

ଏ ନେଇ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଅଯୋଧ୍ୟା ଶୁଣାଣିକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ଏଭଳି ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏଥିପାଇଁ ଲୁହବୁହା ଗ୍ୟାସ୍‌, ଲାଠି ଚାର୍ଜ ଓ ଲୋକଙ୍କ ସହ ମୁହାଁମୁହିଁ ଲଢ଼ିବା ଆଦି ନେଇ ତାଲିମ୍‌ ଦିଆଯାଉଛି।
ତେବେ ଲୋକମାନେ ଭିଡିଓକୁ ନେଇ ପ୍ରଶ୍ନ ଉଠାଇବାରୁ ତୁରନ୍ତ ପୋଲିସ ବିଭାଗ ଏହାର ଉତ୍ତରରେ ତାଲିମ୍‌ ସମୟର ଫଟୋ ସେୟାର କରି ସ୍ପଷ୍ଟୀକରଣ ଦେଇଛନ୍ତି।


ତେବେ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ ତରଫରୁ ବହୁ ମଜାଳିଆ ଭିଡିଓ ସେୟାର କରାଯାଇଛି। ପୂର୍ବରୁ ମକ୍‌ଡ୍ରିଲ୍‌ ବେଳେ ବନ୍ଧୁକ ନ ଫୁଟିବାରୁ ପୋଲିସମାନେ ପାଟିରେ ଠାଏ ଠାଏ ଶବ୍ଦ କରୁଥିବା ଭିଡିଓ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.