ଜନଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୫ ମିନିଟ ବିଳମ୍ବରେ ଗଡିଲା ଟ୍ରେନ୍‌

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ବର-ହାଓ୍ଵଡା ଜନଶତାବ୍ଦୀ ଟ୍ରେନରେ ନିଆଁ । ହଠାତ୍ ବଗିରେ ନିଆଁ ଦେଖି ଭୟରେ ଛାନିଆ ହୋଇଗଲେ ଯାତ୍ରୀ। ଫଳରେ ସୋର ଷ୍ଟେସନରେ ୧୫ ମିନିଟ୍ ଅଟକିଲା ଟ୍ରେନ। ଖବର ଅନୁଯାୟୀଟ୍ରେନ୍ ର ଡି-୬ କୋଚରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଯାଞ୍ଚରେ ଦେଖାଗଲା ଯେ କୋଚର ବାଥରୁମ୍ ନିକଟରୁ ବାହାରୁଥିଲା ଧୂଆଁ ।

ତେବେ କୁହାଯାଉଛି ଯେ ଜଣେ ଅଜଣା ଯାତ୍ରୀ ସିଗାରେଟ୍ ଖାଇ ବାଥରୁମରେ ପକାଇଥିବା ବେଳେ ଅଳିଆରେ ନିଆଁ ଲାଗି ଧୂଆଁ ବାହାରୁଥିଲା । ସଫେଇ କର୍ମଚାରୀ ନିଆଁ ଲିଭାଇବା ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନଟି ୧୫ ମିନିଟ୍ ବିଳମ୍ବରେ ଛାଡିଥିବା ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.