ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କର ହୋଇଗଲା କି ଏନଗେଜମେଣ୍ଟ, ଭାଇରାଲ ହେଉଛି ଫଟୋ

ଏବେ ସୋସିଆଲ ମିଡିଆରେ ମଲାଇକା ଆରୋରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏଥର ତାଙ୍କର ଡ୍ୟାନ୍ସ ପାଇଁ ନୁହେଁ ବରଂ ସେ ହାତରେ ପିନ୍ଧିଥିବା ଡାଇମଣ୍ଡ ରିଙ୍ଗ୍ ଖୁବ୍ ଚର୍ଚ୍ଚା ସାଉଁଟୁଛି। ନିକଟରେ ମଲାଇକା ଏହିପରି କିଛି କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଚମତ୍କାର ହୀରା ରିଙ୍ଗକୁ ଦେଖାଇ ଅତି ସୁନ୍ଦର ଫଟୋ ସେୟାର କରିଛନ୍ତି । ମଲାଇକାଙ୍କ ଏହି ଲାଟେଷ୍ଟପୋଷ୍ଟ ଦେଖି ଫ୍ୟାନ୍ସମାନେ ଅର୍ଜୁନ କପୁରଙ୍କ ନାମ ନେଇ ଅଭିନନ୍ଦନ ଦେଉଥିବା ଦେଖିବାକୁ ମିଳିଛି ।

arjun1ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋସେୟାର କରିଛନ୍ତି । ଯେଉଁଥିରେ ସେ ହୀରା ମୁଦି ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋରେ ମଲାଇକା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ଦେଖାଯାଇଛି ଯେ ମଲାଇକା ଧଳା ରଙ୍ଗର ନେଲ୍ ପେଣ୍ଟ ଲଗାଇଛନ୍ତି ଏବଂ ତାଙ୍କ ହାତ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ।ଏହି ଫଟୋରେ, ମଲାଇକା ଲାଇଟ୍ ପିଚ୍ ରଙ୍ଗର ଏକ ନେଟ୍ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି ।

ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ, ସେ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବାକୁ ମଜାଦାର ପୋଷ୍ଟ ସେୟାର କରୁଥିବା ନଜର ଆସନ୍ତି ।

Leave A Reply

Your email address will not be published.