ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର(କେନ୍ୟୁଜ୍) : ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି । ଗତ ୨୨ ତାରିଖରେ ପ୍ରଶ୍ନକାଳରେ ଗୃହକୁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ନୋଟିସ୍‌ ଆଣିଛନ୍ତି ଜୟନାରାୟଣ ମିଶ୍ର । ସେହିପରି ଆଜି ଶୂନ୍ୟକାଳରେ ଉଠିଛି ସରକାରୀ ଓ ବେସରକାରୀ ଉଦ୍ୟୋଗରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗ । ସ୍ଥାନୀୟ ଯୁବକଙ୍କୁ ୭୫ ପ୍ରତିଶତ ନିଯୁକ୍ତି ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆନ୍ଧ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ଏସଂପର୍କରେ ସରକାରଙ୍କଠାରୁ ବିବୃତ୍ତି ଦାବି କରିଛନ୍ତି ତାରା ବାହିନୀପତି ।

ସେପଟେ ବିଧାନସଭାରେ ମୋବାଇଲ ଫୋନ୍‌ ବାରଣ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି । ସଭ୍ୟମାନେ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ନକଲେ ସିଜ୍‌ କରାଯିବ ବୋଲି ରୁଲିଂ ଦେଇଥିଲେ ବାଚସ୍ପତି । ରାଜ୍ୟରେ ନାବାଳିକା ଅସଦାଚରଣ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.