ଆଜି ଧନତେରସ୍: ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି

କେନ୍ୟୁଜ୍(ବ୍ୟୁରୋ): ଧନତେରସ୍ ପାଇଁ ବଜାର ଭିଡ଼ । ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଏପରିକି ଧନତେରସ୍ ପାଇଁ ସ୍ପେଶାଲ ଅଫର୍ ମଧ୍ୟ ଘୋଷଣା କରିଛନ୍ତି ଦୋକାନୀ ।
ଧନତେରାସରେ ସୁନାରୁପା କିଣିଲେ ଶୁଭ ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଅନୁଗୋଳ ସୁନା ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ଜୁଏଲାରୀ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ଆକର୍ଷଣୀୟ ଅଫର ଦେଉଛନ୍ତି । ଏନେଇ ହଲମାର୍କ ଅଳଙ୍କାର ଦୋକାନର କିଛି ଗ୍ରାହକ ଓ ବ୍ୟବସାୟୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସିନିୟର ରିପୋର୍ଟର ମାନସ ରଞ୍ଜନ ମିଶ୍ର ।