ଓଡିଶାରେ ଝାଡଖଣ୍ଡି ହାତିଙ୍କ ଆତଙ୍କ, ଅନେକ କ୍ଷୟକ୍ଷତି କରିବା ସହ ଭାଙ୍ଗିଲେ ୧୬ ଘର

କରଞ୍ଜିଆ (କେନ୍ୟୁଜ୍) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ହାତୀ ଆତଙ୍କ। ଗତ ୪ ଦିନ ହେଲା ଝାଡଖଣ୍ଡରୁ ଏକ ୨୨ ଟିକିଆ ହାତୀ ପଲ ଆସି ଆତଙ୍କ ଖେଳାଉଛନ୍ତି। ଗତକାଲି ରାତିରେ ହାତୀ ପଲ ରରୁଆଁ ବ୍ଲକ ଶାକୁଲିପାଳ ଗାଁରେ ପସି ଘରଦ୍ୱାର ଭାଙ୍ଗିବା ସହ ଧାନ ଫସଲ ଖାଇଯାଇଛନ୍ତି। ଗତ ୪ ଦିନ ଭିତରେ ୧୬ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ରାତିରେ ଗାଁରେ ପସି କ୍ଷୟକ୍ଷତି କରିବା ସହ ଦିନରେ ଜଙ୍ଗଲକୁ ପଳାଇ ଯାଉଛନ୍ତି। ଏହି ହାତୀ ପଲ ଏବେ ଶୁକୃଳି ବ୍ଲକ କୁଜିଆଣ ଜଙ୍ଗଲରେ ରହିଛନ୍ତି । ଏହି ହାତୀ ପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

house

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.