Below header

ଝାରସୁଗୁଡ଼ା ବିମାନବନ୍ଦର ନାମକରଣକୁ ନେଇ ରାଜନୀତି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ । ଗତ ଜୁନ୍‌ ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ରାଜ୍ୟସଭାରେ ଉଠିଥିଲା ଏହି ପ୍ରସଙ୍ଗ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି, ନାମକରଣ ହେଉ ବା ନାଁ ପରିବର୍ତ୍ତନ, ବିଧାନସଭାରେ ପ୍ରସ୍ତାବ ପାସ୍‌ ହେବା ଦରକାର । ମନ୍ତ୍ରାଳୟ ପାଖକୁ ଏ ସମ୍ପର୍କିତ କୌଣସି ପ୍ରସ୍ତାବ ଆସି ନାହିଁ । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ପରେ ରାଜନୀତି ତେଜିଛି । ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖାକୁ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ କରିବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.