ଟିକସଦାତାଙ୍କ ପାଇଁ ଖୁସି ଖବର : ବଢିଲା ଆୟକର ରିଟର୍ଣ୍ଣସର ଅବଧି

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣସ ଦାଖଲ ଅବଧିକୁ ଆଜି କେନ୍ଦ୍ର ସରକାର ଗୋଟେ ମାସ ବଢାଇ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିକସ ଦେଉଥିବା ଲୋକ ମାନେ ଏବେ ଅଗଷ୍ଟ ୩୧ ତାରିଖ ମଧ୍ୟରେ ନିଜର ରିଟର୍ଣ୍ଣସ ଫାଇଲ୍ କରାଇପାରିବେ । ପୂର୍ବରୁ ଆୟକର ରିଟର୍ଣ୍ଣସ ଫାଇଲର ଶେଷ ତାରିଖ ଜୁଲାଇ ୩୧ ତାରିଖକୁ କରାଗଲା । ଅବଶ୍ୟ ଏହାକୁ ୧୦ ରୁ ୧୫ ଦିନ ଭିତରେ ବୃଦ୍ଧି କରାଯାଏ । ହେଲେ ହେଲେ ଚଳିତ ବର୍ଷ କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ଏହା ଏକ ମାସ ବୃଦ୍ଧି କରାଯାଇଛି ।

ଅର୍ଥମନ୍ତ୍ରଳୟ ପକ୍ଷରୁ ଜାରି ରିପୋର୍ଟରୁ ଜଣା ଯାଇଛି ଯେ, ଏପ୍ରିଲ୍ ମାସରେ ଆୟକର ରିଟର୍ଣ୍ଣସ ପାଇଁ ଫର୍ମ ଜାରି କରାଯାଇଥିଲା । ଏଥିରେ ଜୁଲାଇ ୩୧ ତାରିଖ ବୋଲି ଘୋଷଣା କରାଯାଇଛି । ତେବେ ସିବିଡିଟି ସହ ଆଲୋଚନା କରି ଆଜି ଏହି ରିଟର୍ଣ୍ଣସ୍ ଫାଇଲ୍ ଅବଧିକୁ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଛି । ଏବେ ଆଧାର କାର୍ଡ, ପ୍ୟାନ୍ କାର୍ଡ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ପତ୍ର ଦେଖାଇ ଅଗଷ୍ଟ ୩୧ ମଧ୍ୟରେ ବିଗତ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ୍ ଦାଖଲ କରିପାରିବେ। ଯଦି ଏହି ଅବଧି ମଧ୍ୟରେ କେହି ରିଟର୍ଣ୍ଣସ୍ ଫାଇଲ୍ ନ କରନ୍ତି, ତା’ହେଲେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.