ଝାରସୁଗୁଡା : ବିମାନବନ୍ଦର ଉଡାଣ ପାଇଁ ପ୍ରସ୍ତୁତ

ଝାରସୁଗୁଡା (କେନ୍ୟୁଜ୍) : ବିମାନବନ୍ଦରର ସମସ୍ତ କାମ ଶେଷ ହୋଇଛି । ଏହା କାର୍ଯ୍ୟକ୍ଷମ ହେବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟର ସମୀକ୍ଷା ପରେ ସେ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଗସ୍ତ କରିବାର ସୂଚନା ଥିଲେ ମଧ୍ୟ ତାଙ୍କ ଗସ୍ତର ସଂପୂର୍ଣ୍ଣ ବିବରଣୀ ଆସିନଥିବା ସେ କହିଛନ୍ତି । ଝାରସୁଗୁଡ଼ା ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୯ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ୭୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି ।

ଏହାର ସୁରକ୍ଷା ପାଇଁ ୪୩ ଜଣ ପୋଲିସଙ୍କୁ ମଧ୍ୟ ଯୋଗାଇ ଦିଆଯାଇଛିା ସେହିପରି ରାଜ୍ୟସରକାରଙ୍କ ପକ୍ଷରୁ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ସହାୟକ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଏୟାରପୋର୍ଟ ଅଥରିଟି ଅଧିକାରୀ, ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.