ଝାରସୁଗୁଡ଼ାରେ ମତଦାନ ପାଇଁ କଡ଼ା ସୁରକ୍ଷା: ବିଭିନ୍ନ ହୋଟେଲ୍‌, ରେଷ୍ଟୁରାଣ୍ଟ, ଧର୍ମଶାଳା ସମେତ ଗ୍ରାମାଞ୍ଚଳରେ ବି ରେଡ୍‌

ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ । ଏଥିପାଇଁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ୧୯୭ ସ୍ଥାନରେ ମୋଟ ୨୫୩ଟି ବୁଥ୍‌ କରାଯାଇଛି । ଏଥିରୁ ୨୬ଟି ପିଙ୍କ୍‌ ବୁଥ୍‌ । ୧୧୬ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୧୪୪ ବୁଥ୍‌ରେ ସେଣ୍ଟ୍ରାଲ ଟିମ୍‌ ନିୟୋଜିତ ରହିବେ ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରେ ସୁରକ୍ଷା କଡ଼ାକଡ଼ି । ସାଇଲେଣ୍ଟ ପିରିଡୟରେ କଡ଼ା ନଜର ରଖିଛି ସର୍ଭେଲାନ୍ସା ଓ ଫ୍ଲାଇଂ ସ୍କ୍ଵାଡ୍‌ । ପ୍ରଚାର ସରିବା ପରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଓ ସହରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଗତକାଲି ରାତି ସାରା ଚାଲିଥିଲା ଚେକିଂ । ଗାଡ଼ିମୋଟର ଯାଞ୍ଚ କରାଯାଇଥିଲା । ଏଥିରେ ସାମିଲ ଥିଲେ ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌ ଓ ଫ୍ଲାଇଂ ସ୍କ୍ଵାଡ୍‌ । ବିଭିନ୍ନ ହୋଟେଲ୍‌, ରେଷ୍ଟୁରାଣ୍ଟ, ଧର୍ମଶାଳା ସମେତ ଗ୍ରାମାଞ୍ଚଳରେ ବି ରେଡ୍‌ ହୋଇଥିଲା । ସେହିପରି ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ପକ୍ଷରୁ ଲଗଯାଇଥିଲା ଲିଫଲେଟ୍‌, ଦଳୀୟ ପତାକା, ପୋଷ୍ଟର ଓ ବ୍ୟାନରକୁ ଖୋଲିଥିଲା ଫ୍ଲାଇଂ ସ୍କ୍ଵାଡ୍‌ । ଉପନିର୍ବାଚନ ପାଇଁ ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ସହ ୧୬ ପ୍ଲାଟୁନ ପୋଲିସ ମୁତୟନ ରହିବେ । ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହ ୮ ଫ୍ଲାଇଂ ସ୍କ୍ଵାଡ୍‌ ରହିବେ ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମତଦାନକୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ । ଏଥିପାଇଁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ୧୯୭ ସ୍ଥାନରେ ମୋଟ ୨୫୩ଟି ବୁଥ୍‌ କରାଯାଇଛି । ଏଥିରୁ ୨୬ଟି ପିଙ୍କ୍‌ ବୁଥ୍‌ । ୧୧୬ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୧୪୪ ବୁଥ୍‌ରେ ସେଣ୍ଟ୍ରାଲ ଟିମ୍‌ ନିୟୋଜିତ ରହିବେ । ଶତପ୍ରତିଶତ ବୁଥ୍‌ରେ େଓ୍ଵବକାଷ୍ଟିଂ କରାଯିବ । ୬୯ଟି ବୁଥ୍‌ରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯାଇଛି । ନିର୍ବାଚନ ଦିନ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ଏକଜିଟ୍‌ ପୋଲ୍‌ ଉପରେ ଲାଗିଛି ରୋକ । ଝାରସୁଗୁଡ଼ାରେ ମୋଟ୍‌ ୨ଲକ୍ଷ ୨୧ହଜାର ୭୧୯ ମତଦାତା ଅଛନ୍ତି । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୦ହଜାର ୬୧୯ । ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୩୭ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.