ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ: ମୋଟ ୨୫୩ ବୁଥରୁ ୨୬ଟି ପିଙ୍କ୍ ବୁଥ୍
ଶତପ୍ରତିଶତ ବୁଥ୍ରେ େଓ୍ଵବକାଷ୍ଟିଂ କରାଯିବ । ୬୯ଟି ବୁଥ୍ରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯାଇଛି ।୧୦ ତାରିଖରେ ବହୁସଂଖ୍ୟାରେ ଆସି ମତଦାନ କରନ୍ତୁ ବୋଲି ସିଇଓ କହିଛନ୍ତି। ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେବ ନିର୍ବାଚନ ।
କେନ୍ୟୁଜ୍(ବ୍ୟୁରୋ): ଆଉ ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମୋଟ ୨୫୩ଟି ବୁଥ୍ରେ ହେବ ମତଦାନ। ୨୫୩ଟି ବୁଥ୍ରୁ ୨୬ଟି ପିଙ୍କ୍ ବୁଥ୍ ରହିଛି। ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
୨୫୩ରୁ ୧୪୪ ବୁଥ୍ରେ ସେଣ୍ଟ୍ରାଲ ଟିମ୍ ନିୟୋଜିତ ଅଛନ୍ତି। ଶତପ୍ରତିଶତ ବୁଥ୍ରେ ୱେବକାଷ୍ଟିଂ କରାଯିବ। ୬୯ଟି ବୁଥ୍ରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯାଇଛି ।୧୦ ତାରିଖରେ ବହୁସଂଖ୍ୟାରେ ଆସି ମତଦାନ କରନ୍ତୁ ବୋଲି ସିଇଓ କହିଛନ୍ତି। ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେବ ନିର୍ବାଚନ । ୧୭୧ଟି ଲାଇସେନ୍ସ ବନ୍ଧୁକ ଡିପୋଜିଟ୍ କରାଯାଇଛି। ୧୦୮ଟି NBW, ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।