ଝାରସୁଗୁଡ଼ା ଉପ-ନିର୍ବାଚନ : ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ାର ପ୍ରଗତିକୁ ଆଗେଇ ନେବା ପାଇଁ ତାଙ୍କ ସାଥ ଦେବାକୁ ନିବେଦନ କରିଛନ୍ତି ଦୀପାଳି । ପ୍ରାୟ ୧୦ରୁ ୧୫ ହଜାର କର୍ମୀ ଓ ସମର୍ଥକ ତାଙ୍କ ରାଲିରେ ସାମିଲ ହେବା ସମ୍ଭାବନା ରହିଛି ।

ଝାରସୁଗୁଡ଼ା (କେନ୍ୟୁଜ): ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସକାଳ ସାଢ଼େ ୯ଟାରେ ମନମୋହନ ଏମ୍‌.ଇ ସ୍କୁଲ ପଡ଼ିଆରୁ ଏକ ବିରାଟ ରାଲିରେ ବାହାରିବେ । ସାରା ନିର୍ବାଚନମଣ୍ଡଳୀରୁ କର୍ମୀ ଓ ସମର୍ଥକ ଏଥିରେ ସାମିଲ ହେବେ । ତିନି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ନାୟକଙ୍କ ସହ ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ନାମାନଙ୍କନ ଭରିବେ ଦୀପାଳି । ବିପୁଳ ଭୋଟରେ ବିଜୟୀ ହେବାକୁ ଆଶାବାଦୀ ଅଛନ୍ତି । ଝାରସୁଗୁଡ଼ାର ପ୍ରଗତିକୁ ଆଗେଇ ନେବା ପାଇଁ ତାଙ୍କ ସାଥ ଦେବାକୁ ନିବେଦନ କରିଛନ୍ତି ଦୀପାଳି । ପ୍ରାୟ ୧୦ରୁ ୧୫ ହଜାର କର୍ମୀ ଓ ସମର୍ଥକ ତାଙ୍କ ରାଲିରେ ସାମିଲ ହେବା ସମ୍ଭାବନା ରହିଛି ।

ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ନବ ଲିଗାସୀ, ବିଜେଡିର ସାଂଗଠନିକ ବଳ ଦୀପାଳିଙ୍କ ସପକ୍ଷରେ ଅଧିକ ଜନମତ ସୃଷ୍ଟି କରିବାରେ ସହାୟକ ହେବ । ଅନୁକମ୍ପା ଭୋଟ୍‌ ବି ତାଙ୍କ ସପକ୍ଷରେ ରହିବ । ଯୁବ, ଉଚ୍ଚଶିକ୍ଷିତ ଓ ମହିଳା ହୋଇଥିବାରୁ ଯୁବ ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବେ ଦୀପାଳି । ୨୦୧୯ରେ ୪୫ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଥିଲେ ନବ ଦାସ । ଉପନିର୍ବାଚନରେ କେବଳ ବିଜୟ ନୁହେଁ ବଡ଼ ବ୍ୟବଧାନରେ ଜିତିବା ପାଇଁ ଷ୍ଟ୍ରାଟେଜୀ କରିଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.