ଝାରସୁଗୁଡ଼ାର ମଣ୍ଟୁ ଘୋଷ ହତ୍ୟା ମାମଲା, ଷଡଯନ୍ତ୍ରକାରୀ ଆଦିତ୍ୟ ଧଳ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାର ମଣ୍ଟୁ ଘୋଷ ହତ୍ୟା ମାମଲାରେ ଷଡଯନ୍ତ୍ରକାରୀ ଆଦିତ୍ୟ ଧଳ ଗିରଫ । ଗତ ଜୁନ ୨୪ ତାରିଖରେ ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନୁ ଘୋଷ ଜେଲରେ ଥିବା ବେଳେ ତାର ସାନ ଭାଇ ମଣ୍ଟୁଙ୍କୁ ଅମିତଙ୍କ ସାନ ଭାଇ ଅନନ୍ତ ଧଳ ହତ୍ୟା କରି ଫେରାର ହୋଇଯାଇଥିଲା। ବିଳମ୍ବିତ ରାତିରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅନନ୍ତ ଧଳ ସହ ଆନ୍ୟ ୩ ଜଣଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ଗିରଫ କରିଥିଲା । ଏହାର କିଛି ଦିନ ପରେ ଅନନ୍ତ ଧଳର ବଡ଼ ଭାଇ ଅଜିତ ଧଳକୁ ମୁଖ୍ୟ ଷଡଯନ୍ତ୍ରକାରୀ ସମ୍ବଲପୁରରୁ ଝାରସୁଗୁଡା ପୋଲିସ ଗିରଫ କରିଥିଲା । ଏହାପରେ ଷଡ଼ଯନ୍ତ୍ରକାରୀ ଭାବେ ଅଜିତ ଧଳର ବାପା ଆଦିତ୍ୟ ଧଳକୁ ବ୍ରଜରାଜନଗରରେ ଥିବା ତାଙ୍କ ବାସଭବନରୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.