Below header

ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି, ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା

କେନ୍ଦୁଝରର ତାପମାତ୍ରା ୩୮ ଡିଗ୍ରୀ, ବାଲେଶ୍ୱରର ୩୭.୨ ଡିଗ୍ରୀ, ପୁରୀ ଓ ଗୋପାଳପୁରରେ ୩୫.୨ ଡିଗ୍ରୀ ସେଲସିୟମ ତାପମାତ୍ରା ରେକର୍ଡ ହୋଇଛି। ଦିନ ବଢ଼ିବା ସହ ତାପମାତ୍ରା ବି ବଢୁଛି ।

ଭୁବନେଶ୍ବର(କେନ୍ୟୁଜ୍):  ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନି ବର୍ଷୁଛି । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ୧୩ରୁ ୧୫ ତାରିଖ ଯାଏ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୧୬ ତାରିଖରେ ଏଥିରେ ବ୍ରେକ ଲାଗିବାର ସମ୍ଭାବନା ରହିଛି । ଏହି ସମୟରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହର ସମ୍ଭାବନା ରହିଛି । ଏଥପାଇଁ ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ,ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ ସେଲସିୟସ ।

ଖରାର ପ୍ରକୋପ ଥିଲେ ବି ଆଜି ତାତି ସାମାନ୍ୟ କମ୍‌ ଅଛି । ଦିନ ସାଢ଼େ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ସେଠାରେ ଦିନ ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ସମ୍ବଲପୁରରେ ୪୧.୮, ହୀରାକୁଦରେ ୪୦.୪ ଡିଗ୍ରୀ ସେଲସିୟସ ରହିଛି ପାରଦ। ଚାନ୍ଦବାଲିର ତାପମାତ୍ରା ୩୯.୬ ଥିବା ବେଳେ ଭୁବନେଶ୍ୱରରେ ୩୯.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରର ତାପମାତ୍ରା ୩୮ ଡିଗ୍ରୀ, ବାଲେଶ୍ୱରର ୩୭.୨ ଡିଗ୍ରୀ, ପୁରୀ ଓ ଗୋପାଳପୁରରେ ୩୫.୨ ଡିଗ୍ରୀ ସେଲସିୟମ ତାପମାତ୍ରା ରେକର୍ଡ ହୋଇଛି। ଦିନ ବଢ଼ିବା ସହ ତାପମାତ୍ରା ବି ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.