Below header

ଏ ବର୍ଷ ହେବନି ପାୱାରକଟ : ଶକ୍ତି ମନ୍ତ୍ରୀ

ରାଜ୍ୟରେ ପାୱାର କଟ ଆରମ୍ଭ ହେଇନି କି ହେବାର ସମ୍ଭାବନା ନାହିଁ ବୋଲି କହିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।ଯଦି ବିଜୁଳି କଟୁଛି ତା'ର ଅର୍ଥ ନୁହଁ କି ତାହା ପାୱାର କଟ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପାୱାର କଟ ଆରମ୍ଭ ହେଇନି କି ହେବାର ସମ୍ଭାବନା ନାହିଁ । ଏହା ଗଣମାଧ୍ୟମର କାଳ୍ପନିକ ଖବର ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ଏହା ମଧ୍ୟ କହିଛନ୍ତି ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି । ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ କି ତାହା ପାୱାର କଟ । ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, କାଳବୈଶାଖୀ ପାଇଁ ତାର କଟି ଯାଇଥିବ । ମୁଁ ପ୍ରତିଶ୍ରୁତି ଦେଉଛି ଏ ବର୍ଷ ପାୱାର କଟ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ହେଉଥିବା । ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.