Below header

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ମୋଦିଙ୍କ ସଫଳତା ବଖାଣିଲେ

କେନ୍ୟୁଜ୍(ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ବିଜେପି ପକାଇଲା ଭିତ୍ତିଭୂମି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଗସ୍ତକୁ ନେଇ ଉତ୍ସାହିତ ଦଳୀୟ କର୍ମୀ ଓ ନେତା। ଦୁଇ ଦୁଇଟି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ସରକାରଙ୍କ ସଫଳତାର ଲମ୍ବା ତାଲିକା ଲୋକଙ୍କ ପାଖରେ ରଖିଛନ୍ତି । ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ ଭାଷଣ। କହିଥିଲେ, ଆପଣଙ୍କ ଘରର ଝିଅ ଏବେ ରାଷ୍ଟ୍ରପତି। ମୋଦୀଙ୍କ ଶାସନର ଅଭୂତପୂର୍ବ ସଫଳତା କଥା କହିଛନ୍ତି ନଡ୍ଡା। ସାରା ବିଶ୍ୱରେ ମୋବାଇଲ ମାନୁଫ୍ୟାକଚରିଂରେ ଭାରତ ଦ୍ୱିତୀୟ। ମେଡିକାଲ ଓ ଇଂଜିନିୟର ପାଠ୍ୟକ୍ରମ ନିଜ ମାତୃଭାଷାରେ ପଢିବାର ବ୍ୟବସ୍ଥା ହୋଇଛି। ୨ଶହ ବର୍ଷ ଧରି ଭାରତକୁ ଶାସନ କଲେ ଇଂରେଜ। ଏବେ ସେହି ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ଅର୍ଥନୀତି ହୋଇପାରିଛି ଭାରତ।

ଯୁକ୍ରେନ ଓ ରୁଷ ଯୁଦ୍ଧକୁ ଅଟକାଇ ପ୍ରବାସୀ ଭାରତୀୟଙ୍କୁ ନେଇ ଆସିଥିଲେ ମୋଦୀ। ପୁଟିନ ଓ ଜେଲେନ୍‌ସ୍କିଙ୍କ ସହ ମୋଦୀ କଥା ହେବା ପରେ ଯୁଦ୍ଧ ଅଟକିଥିଲା। ତାହା ପରେ ଫେରିଥିଲେ ଭାରତୀୟ। ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ସମ୍‌ୂର୍ଣ୍ଣ ଟିକାକରଣ କରିପାରିନାହାନ୍ତି। କିନ୍ତୁ ଭାରତ ୨୨୦ କୋଟି ଟିକାକରଣ କରିଛି। ଏହାସହ ଆୟୂଷ୍ମାନ ଭାରତ, ରତ୍ନଭଣ୍ଡାର, ନୟାଗଡ ସୁଗାରମିଲ, ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ନଡ୍ଡା। ଆଗାମୀ ନିର୍ବାଚନ ବେଳେ ସବୁଆଡେ ପଦ୍ମ ଫୁଟାଇବା ପାଇଁ ଅନୁରୋଧ କରିଛନ୍ତି ନଡ୍ଡା।

୨୪ ପାଇଁ ବିଜେପିର ନେତା ଓ କର୍ମୀଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଯିଏ ନିଜ ରାଜ୍ୟ ସମ୍ଭାଳି ପାରୁନାହାନ୍ତି, ସେ ଅଲଗା ରାଜ୍ୟରେ କଣ ଗୁରୁମନ୍ତ୍ର ଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର। ବିଜେପି ସେଠି ଶୋଚନୀୟ ପରାଜୟ ବରଣ କଲା। ଓଡ଼ିଶାରେ ବିଜେପିର କୌଣସି ମିଶନ କିମ୍ବା ଫର୍ମୁଲା କାମ ଦେବ ନାହିଁ ବୋଲି ବିଜେଡି କହିଛି।

ସେପ୍ଟେମ୍ବର ୨୯ରେ ଓଡ଼ିଶା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମମନ୍ତ୍ର ଦେଇଥିଲେ। ଏହା ପରେ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଦୁଇଟି ଜନସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦବୋଧନ ଦେଇଥିଲେ। ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି, ୨୦୨୪ ନିର୍ବାଚନ ପାଇଁ ବିଜେପି ତୟାରି ଆରମ୍ଭ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.