ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କଲେ ରାଜ୍ୟର ମନ୍ତ୍ରୀମାନେ

କେନ୍ୟୁଜ୍(ବ୍ୟୁରୋ): ହକି ବିଶ୍ୱକପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରୁଛନ୍ତି ମନ୍ତ୍ରିମଣ୍ଡଳ ସଦସ୍ୟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନମନ୍ତ୍ରଣ କରିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଜୟପୁର ବାସଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଓଡ଼ିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି । ଲକ୍ଷ୍ନୋରେ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ନିରଞ୍ଜନ ପୂଜାରୀ । ସେହିଭଳି ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ପାଟନାରେ ତାଙ୍କୁ ଭେଟିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଏହି ସମୟରେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ । ହକି ବିଶ୍ୱକପ୍‌ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନଙ୍କୁ ନିମନ୍ତ୍ରଣ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ ଚେନ୍ନାଇରେ ଭେଟି ନିମନ୍ତ୍ରଣ କରିଛନ୍ତି । ବ୍ୟକ୍ତିଗତ ଭାବରେ ତାଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ଥିଲେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କୁ ବି ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି । ଏହି ଅବସରରେ ଦଳର ବରିଷ୍ଠ ନେତା ବିଜୟ ସାଇ ରେଡ୍ଡୀ ଉପସ୍ଥିତ ଥିଲେ । ହକି ବିଶ୍ୱକପରେ ଯୋଗ ଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.