୩ ମାସ ହେଲା କୋଭିଡ୍‌ କମିଛି, ପରାମର୍ଶ ମାନନ୍ତୁ ଓ ସୁରକ୍ଷିତ ରହିବାକୁ ମାସ୍କ ପିନ୍ଧନ୍ତୁ: ସ୍ବାସ୍ଥ୍ୟ ସଚିବ

କେନ୍ୟୁଜ୍(ବ୍ୟୁରୋ): ୩ ମାସ ହେଲା କୋଭିଡ୍‌ କମିଛି। ବର୍ତ୍ତମାନ କଟକଣା ଲାଗିବାର ନାହିଁ। ମାସ୍କ ନ ପିନ୍ଧିଲେ ଫାଇନ୍‌ ନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ସରକାର। ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି, ଓଡିଶାରେ ଦୈନିକ ୫ରୁ ୭ ଜଣ ସଂକ୍ରମିତ ହେଉଛନ୍ତି। ଓଡ଼ିଶାରେ ପିଜିଟିଭିଟି ହାର ୦. ୦୪ ପ୍ରତିଶତ ଥିବା ବେଳେ ଭାରତରେ ଏହା ୦.୩ ପ୍ରତିଶତ ରହିଛି । ବର୍ତ୍ତମାନ କୌଣସି କୋଭିଡ କଟକଣା ନାହିଁ ।

ରାଜ୍ୟରେ ପ୍ରତି ୧୦ ଲକ୍ଷ ଜନ ସଂଖ୍ୟାରେ ୧୩୧ ଟେଷ୍ଟିଂ ହେଉଛି । ଦେଶରେ ଏହା ୯୩ । ଅର୍ଥାତ ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଅଧିକ । ଯେତେ ଟେଷ୍ଟିଂ ହେଉଛି ଅଧାରୁ ଅଧିକ ଆରଟିପିସିଆର ଟେଷ୍ଟ । ଦୈନିକ ୬ରୁ ୭ ହଜାର ଟେଷ୍ଟିଂ ହେଉଛି। ସେଥିରୁ ମାତ୍ର ୫ରୁ ୭ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଚୀନରେ ସଂକ୍ରମଣ ବଢୁଥିଲେ ମଧ୍ୟ ଭାରତ ଓ ଓଡ଼ିଶାରେ ଏହା ଚିନ୍ତାର କାରଣ ନୁହଁ ବୋଲି ସେ କହିଛନ୍ତି। ତଥାପି କୋଭିଡ୍‌ ମୁକାବିଲା ଲାଗି ସବୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ କିଟ୍‌, ଔଷଧ ଓ ଅକ୍ସିଜନ ମହଜୁଦ ଥିବା ସେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.