ନାବାଳକ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, କୌଣସି କ୍ଷତ ଦେହରେ ନଥିବା ସୂଚନା

ଭୁବନେଶ୍ୱର (କେନ୍ୟୁଜ): ନୀଳାଦ୍ରି ବିହାର ନାବାଳକ ଦୈତ୍ୟରାଜ ନାୟକ ମୃତ୍ୟୁ ମାମଲା। ଆସିଲା ପୋଷ୍ଟମର୍ଟମ ରିପୋର୍ଟ। କୌଣସି କ୍ଷତ ଦେହରେ ନଥିବା ସୂଚନା। ଦୈତ୍ୟର ଭିଷେରାକୁ ଷ୍ଟେଟ ଫରେନ୍ସିକ ଲ୍ଯାବକୁ ପଠାଯାଇଛି। ବିଷକ୍ରିୟା ହୋଇଛିକି ନାହିଁ ଏଥିରୁ ଜଣାପଡିବ। ମୃତକର ମୋବାଇଲ ପାସ ୱାର୍ଡ ଲକ ହୋଇଛି। ଖୋଲିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଉଛି। ମୋବାଇଲରେ ଲୁଚି ରହିଛି ଦୈତ୍ୟରଜ ମୃତ୍ୟୁ ରହସ୍ଯ। ସେ ପ୍ରେମରେ ବିଫଳ ହୋଇଥିବା କଥା ମଧ୍ୟ କଥା ମଧ୍ୟ ଉଠୁଛି। ଏହିଦିଗକୁ ନେଇ ଚାଲିଛି ତଦନ୍ତ।

ସୂଚନାଯୋଗ୍ୟ ୧୬ ତାରିଖରେ ନୀଳାଦ୍ରିବିହାର ଅଞ୍ଚଳରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ୪ ଦିନ ପରେ ନୀଳାଦ୍ରିବିହାରର ଏକ ଡ୍ରେନରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ଗତ ୧୩ ତାରିଖରୁ ନାବାଳକ ନିଖୋଜ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।