ହୋଟେଲରେ ବସି ଖାଉ ଖାଉ ଥାଳିରୁ ବାହାରିଲା ଝିଟିପିଟି, ତାପରେ କଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ

ଛୋଲେ ଭଟୋରେ ନାଁ ଶୁଣିଲେ ଆପଣଙ୍କ ପାଟିରୁ ଲାଳ ବାହାରି ଆସୁଛି ନାଁ | ଆସୁଥିବ ନିଶ୍ଚିତ | ଏହି ଖାଦ୍ୟ ପରା ସେମିତି | ବିଶେଷ କରି ଉତ୍ତର ଭାରତର ଏହା ଅଧିକ ପ୍ରଚଳିତ ହୋଇଥିବା ବେଳେ ଏବେ ଭାରତର ଅନ୍ୟାନ ସ୍ଥାନରେ ବି ଏହା ବେଶ ଲୋକପ୍ରିୟ ହେଲାଣି | ଆମ ମଧ୍ୟରୁ ତ ଅନେକେ ଏହାକୁ ଘରେ ବନେଇ ଖାଉଛୁ | କିନ୍ତୁ ଅଧିକାଂଶଙ୍କର ରେଶତୃରାନ୍ତ କିମ୍ବା ହୋଟେଲରେ ଏହାକୁ ଅର୍ଡର କରି ଖାଇଥାଉ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଛୋଲେ ଖାଇବା ଭୁଲିଯିବେ | ନାଁ ଶୁଣିଲେ ବି ଆପଣଙ୍କ ନାକ ଘୃଣାରେ ଉପରକୁ ଉଠିଯିବ | ଘଟଣାଟି ପ୍ରକୃତରେ ସତ | ଘଟଣାଟି ଘଟିଛି ଚଣ୍ଡୀଗଡ଼ ଅଞ୍ଚଳରେ | ଚଣ୍ଡୀଗଡ଼ର ସେକ୍ଟର 15ରେ ବାସ କରୁଥିବା ଏକ ଡାକ୍ତର ପରିବାର ଡିନର କରିବା ପାଇଁ ନିକଟସ୍ଥ ସାଗର ରତ୍ନ ନାମକ ଏକ ରେଶତୃରାନ୍ତକୁ ଯାଇଥିଲେ |

 

ଆଉ ଏହି ସମୟରେ ଖାଇବା ପାଇଁ ଅର୍ଡର କରିଥିଲେ ସ୍ୱାଦିଷ୍ଟ ଛଲେ ଭଟରେ | ୱେଟର ଏହାକୁ ଆଣି ପରଷିବା ପରେ ପୁରା ପରିବାର ଏକା ସାଥିରେ ଏହାର ମଜା ନେବାରେ ଲାଗିଗଲେ | କିନ୍ତୁ ମଝିରେ କଣ ହେଲା ନା ସେମାନଙ୍କ ଖାଇବା ଥଳୀରୁ ଏକ ଝିଟିପିଟି ବାହାରିଲା | ଖାଦ୍ୟ ଥାଳିରେ ଝିଟିପିଟିକୁ ଦେଖନ୍ତେ ସେମାନେ ଚମକି ପଡିଲେ | ଖାଇବେ କଣ ଥାଳି ଛାଡ଼ି ଉଠିପଡ଼ିଲେ | ଘଟଣାକୁ ନେଇ ରେଶତୃରାନ୍ଟରେ ହଂଗାମା ହୋଇଗଲା | ଖାଲିଯେ ଗଣ୍ଡଗୋଳ ତାହା ନୁହେଁ ଏ ବାବଦରେ ବିଭିନ୍ନ ସୋସିଆଲ ମିଡିଆରେ ବି ପ୍ରଚାରିତ ହେବାକୁ ଲାଗିଲା | ଡାକ୍ତର ପରିବାର ହୋଟେଲ ମାଲିକଙ୍କ ବିରୋଧରେ ଏକ ଏଫଆଇଆର ଦାୟର କଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.