Below header

କାଳବୈଶାଖୀ ତାଣ୍ଡବ: ଉଡିଗଲା ୨୦ରୁ ଅଧିକ ଘରର ଛପର

ଆନନ୍ଦପୁର(କେନ୍ୟୁଜ୍): କାଳବୈଶାଖୀ ତାଣ୍ଡବ। ଉଡିଗଲା ୨୦ରୁ ଅଧିକ ଘରର ଛପର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମୁଡ ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ପ୍ରଥମେ ହାଲୁକା ପବନ ସହ ସାମାନ୍ୟ ବର୍ଷା ହୋଇଥିଲା। କିଛି କ୍ଷଣ ପରେ ପବନ ବେଗ ବଢିବା ସହ ତାଣ୍ଡବ ରଚିଥିଲା।

ଆଦିବାସୀ ବହୁଳ ଏହି ଗାଁ ଲୋକେ ଏବେ ଅସହାୟ ହୋଇପଡିଛନ୍ତି। ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଗାଁ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.