୭୪ ବର୍ଷରେ ରାଜଧାନୀ ଭୁବନେଶ୍ୱର, ୪୦ ହଜାର ଲୋକଙ୍କୁ ନେଇ ଗଢିଉଠିଥିବା ସହର ଏବେ ୧୫ ଲକ୍ଷ ଉପରେ ପହଁଞ୍ଚିଲାଣି

ଭୁବନେଶ୍ଵର(କେନ୍ୟୁଜ୍): ୭୪ ବର୍ଷରେ ରାଜଧାନୀ ଭୁବନେଶ୍ୱର। କରୋନା କଟକଣା ହଟିଥିବାରୁ ୨ ବର୍ଷ ପରେ ବେଶ ଜାକଜମକରେ ପାଳନ ହେଉଛି ରାଜଧନୀ ପ୍ରତିଷ୍ଠା ଦିବସ। ୧୯୪୮ ଏପ୍ରିଲ୍‌ ୧୩ ତାରିଖରେ କେବଳ ଓଡିଶା ନୁହେଁ, ଭାରତ ର ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରି ଓଡିଶାର ନୂଆ ରାଜଧାନୀ ଭାବେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ୱର। ମାତ୍ର ୪୦ ହଜାର ଲୋକଙ୍କୁ ନେଇ ଗଢିଉଠିଥିଲା ଏହି ମନ୍ଦିରମାଳୀନି ସହର, ଯାହାକି ଏବେ ୧୫ ଲକ୍ଷ ଉପରେ ହେଲାଣି ।

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ର ରେ ସହରକୁ ମିଳିଛି ଅନେକ ସଫଳତା। କଳେବର ବଢିଛି ତା ସହ ତାଳ ଦେଇ ଜନସଂଖ୍ୟା ମଧ୍ୟ ବଢିଛି। କ୍ଲିନ୍‌ ଓ ଗ୍ରିନ୍‌ ସିଟିର ମାନ୍ୟତା ପାଇଛି ଭୂବନେଶ୍ୱର। ବିଶ୍ଵ ସ୍ତରୀୟ କ୍ରୀଡା ମହୋତ୍ସବର ଆୟୋଜନ କରି ବିଶ୍ଵ ମାନଚିତ୍ରରେ ନିଜ ନାଁ ସୃଷ୍ଟି କରିଛି। ଭୁବନେଶ୍ଵରକୁ ସରସ ସୁନ୍ଦର ସହର ଭାବେ ଗଢି ତୋଳିବାକୁ ୧୯୪୬ରେ ଜର୍ମାନର ପ୍ଲାନର ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ ।

ଚଣ୍ଡିଗଡ ଓ ଭୁବନେଶ୍ଵରର ଏକକାଳୀନ ନକ୍ସା ପ୍ରସ୍ତୁତ ହୋଇଥିବା ବେଳେ ଚଣ୍ଡିଗଡ ବହୁତ ଆଗକୁ ଯାଇସାରିଛି । ହେଲେ ଭୁବନେଶ୍ଵରର ବିକାଶରେ ମଧ୍ୟ କେଣସି କ୍ଷେତ୍ରରେ ପଛରେ ପଡିନାହିଁ । ଦୀର୍ଘ ୨୨ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ଭୁବନେଶ୍ଵରର ଚେହେରା ବଦଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.