Below header

କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ ଉମେଶ ଚନ୍ଦ୍ର ପାଢ଼ୀ, ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା କରିଛି ଚଳୁ

ଭୁବନେଶ୍ବର(କେନ୍ୟୁଜ): କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ । ଠକ ଉମେଶ ଚନ୍ଦ୍ର ପାଢ଼ୀ ଗିରଫ । କେନ୍ଦୁଝର ଘଷିପୁରା ଅଞ୍ଚଳରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା ଠକି ନେଇଛି ଠକ । ଠକେଇ ଟଙ୍କାରେ ଫ୍ଲାଇଟ ଚଢି ବାହାରେ ବୁଲି ଅଏସ ଆରାମ କରୁଥିଲା ।

ଥାନାରେ ଏପର୍ଯ୍ୟନ୍ତ ଠକ ନାଁରେ ୬ଟି ମାମଲା ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ନୀଳାଦ୍ରି ବିହାରରେ ଘର ଭଡା ନେଇ ରହୁଥିଲା । ମେଡିସିନ ଫ୍ୟାକ୍ଟ୍ରିି ତିଆରି କରିବା ବାହାନାରେ ଲୋକଙ୍କ ଠାରୁ ଟଙ୍କା ନେଉଥିଲା ।

ଅଧିକ ସୁଧର ଲୋଭ ଦେଖାଇ ଏକାଧିକ ଲୋକଙ୍କଠୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଛି । ଠକକୁ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । କେନ୍ଦୁଝର ଘଷିପୁରା ଅଞ୍ଚଳରୁ ଗିରଫ କଲା ପୋଲିସ । ଅଧିକ ତଥ୍ୟ ଜାଣିବା ପାଇଁ ଘଷିପୁରା ଯାଇଛି କମିଶନରେଟ ପୋଲିସର ଏକ ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.