Below header

ନନ୍ଦନକାନନରେ ପୁଣି ଏକ ଅଣ୍ଡିରା ବାଘ ଛୁଆ ବିବେକର ମୃତ୍ୟୁ

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ପୁଣି ଏକ ଅଣ୍ଡିରା ବାଘ ଛୁଆ ବିବେକର ମୃତ୍ୟୁ । ବାଘ ଛୁଆ ଗତକାଲି ଖୁଆଡ ଭିତରେ ବୁଲିବା ବେଳେ ବାମ ପାର୍ଶ୍ଵର ପଛ ପଟ ଗୋଡରେ ଯନ୍ତ୍ରଣା ପାଉଥିବା ଦେଖିବାକୁ ମିଳିଥିଲା । ସେ ଛୋଟେଇବା ଦେଖି ତାକୁ ଖୁଆଡ ଭିତରୁ ବାହାର କରାଯାଇ ଭେଟେନାରୀକୁ ଆଣି ଚିକିତ୍ସା କରାଯାଉଥିଲା । ଖୁଆଡ ଭିତରେ କୌଣସି ଦୁର୍ଘଟଣାରେ ବାଘ ଛୁଆର ପେଟ ଭିତର କିଡ୍‌ନୀ କିମ୍ବା ଲିଭରରେ ଅଧିକ ଆଘାତ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ମୃତ ବାଘ ଛୁଆର ଶବ ବ୍ୟବଛେଦ କରାଯିବା ପରେ ପ୍ରକୃତ କରଣ ସ୍ପଷ୍ଟ ହେବ । ମେଘା ବାଘୁଣୀ ସହ ଜଙ୍ଗଲୀ ମହାବଳ ବାଘ ନନ୍ଦନର ମିଳନ ପରେ ଗତ ବର୍ଷ ଏପ୍ରିଲ ମାସ ୧୩ ତାରିଖରେ ୩ଟି ଅଣ୍ଡିରା ବାଘ ଛୁଆ ଜନ୍ମ ଦେଇଥିଲା । ଏବେ ବିବେକର ମୃତ୍ୟୁ ପରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.