ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି, ବଢ଼ିଲା କାଳିଆ ଯୋଜନା

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୩ ବର୍ଷ ବଢ଼ିଲା କାଳିଆ ଯୋଜନା । ଫଳରେ ୨୦୨୭ ଯାଏ ବଢ଼ିଲା କାଳିଆ ଯୋଜନା । ଫଳରେ ଛାତ୍ରବୃତ୍ତି ଅବଧି ମଧ୍ୟ ବଢିଛି।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୩ ବର୍ଷ ବଢ଼ିଲା କାଳିଆ ଯୋଜନା । ଫଳରେ ୨୦୨୭ ଯାଏ ବଢ଼ିଲା କାଳିଆ ଯୋଜନା । କାଳିଆ ଯୋଜନାରେ କୃଷକମାନଙ୍କୁ ଆର୍ଥିକ ପ୍ରଗତିର ମୁଖ୍ଯସ୍ରୋତରେ ସାମିଲ କରିବା ସହ ରାଜ୍ୟର ଆର୍ଥିକ ବୃଦ୍ଧିରେ ସହଭାଗିତାକୁ ସୁନିଶ୍ଚିତ କରିବାକୁ କାଳିଆ ଯୋଜନାକୁ ଆଉ ତିନିବର୍ଷ ବୃଦ୍ଧି କରାଯାଇଛି। ୨୦୨୪-୨୪ ଆର୍ଥିକ ବର୍ଷରୁ ୨୦୨୬-୨୭ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ତିନି ବର୍ଷପାଇଁ ୬୦୨୯ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି। ରାଜ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କୃଷକ ମାନଙ୍କ ସୁବିଧା ଓ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଣିକି ରାଜ୍ୟ ସରକାର ଯେ କୌଣସି ସମୟରେ ଦେଇପାରିବେ। ସେମି କଣ୍ଡକ୍ ଟର ଓ ଇଲେକ୍ଟ୍ରୋନିକ ଚିପ୍ ଉତ୍ପାଦନ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ସେମିକଣ୍ଡକ୍ ଟର ମାନୁଫାକ୍ଚରିଂ ଆଣ୍ଡ ଫେବ୍ଲେସ ପଲିସି ୨୦୨୩ରେ ସଂଶୋଧନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୫ଶହ କୋଟିରୁ ଅଧିକ ପୁଞ୍ଜିନିବେଶ କରୁଥିବା ମେଗା ପ୍ରକଳ୍ପଗୁଡ଼ିକୁ ଏବେ ସୁଧ ରିହାତି ବାବଦରେ ୭ବର୍ଷ ପାଇଁ ବାର୍ଷିକ ୨୫କୋଟି ଟଙ୍କାର ସର୍ବୋଚ୍ଚ ସୀମାର ସୁବିଧା ପାଇପାରିବେ। ୧୦ ବର୍ଷ ପାଇଁ ବାର୍ଷିକ ୨କୋଟି ଟଙ୍କା ପର୍ଯ୍ୟନ୍ତ ଗବେଷଣା ଓ ବିକାଶ ଖର୍ଚ୍ଚ ପାଇପାରିବେ ।

୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା ପ୍ରଦାନ କରାଯିବ। ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ବର୍ଦ୍ଧିତ ଦରମା ପାଇଁ ୨୭ କୋଟି ୩୭ ଲକ୍ଷ ଟଙ୍କା ଅତିରିକ୍ତ ବ୍ୟୟ ହେବ। ନୂତନ ସହାୟତା ପ୍ରାପ୍ତ ଅଣସରକାର ଉଚ୍ଚ ବିଦ୍ୟାଳୟ ଓ ସଂସ୍କୃତ ଟୋଲର କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଶା ସଂଶୋଧିତ ବେତନ ହାରରେ ସପ୍ତମ ବେତନ ପ୍ରଦାନ କରାଯିବ। ଏହଦ୍ବାରା ୬୨୭ ଅଣ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୩୯ ସଂସ୍କୃତ ଟୋଲର ପ୍ରାୟ ୭୭୯୬ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.