ଯୁକ୍ତ ଦୁଇ ବିଜ୍ଞାନ ଫିଜିକ୍ସ ପରୀକ୍ଷା, ସିଲାବସ୍ ବାହାରୁ ୨୭ ମାର୍କ ଆସିବା ନେଇ ଅଭିଯୋଗ
ସିଲାବସ୍ ବାହାରୁ ଆସିଲା ପ୍ରଶ୍ନପତ୍ର। ୭୦ ନମ୍ବରର ପ୍ରଶ୍ନପତ୍ର ଭିତରୁ ୨୭ ନମ୍ବର ସିଲାବସ୍ ବାହାରୁ ଆସିଥିଲା। ଏଭଳି ଅଭିଯୋଗ କରିଛନ୍ତି ଆଜି ଫିଜିକ୍ସ ପରୀକ୍ଷା ଦେଇଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ।

ସିଲାବସ୍ ବାହାରୁ ଆସିଲା ପ୍ରଶ୍ନପତ୍ର। ୭୦ ନମ୍ବରର ପ୍ରଶ୍ନପତ୍ର ଭିତରୁ ୨୭ ନମ୍ବର ସିଲାବସ୍ ବାହାରୁ ଆସିଲା। ଏଭଳି ଅଭିଯୋଗ କରିଛନ୍ତି ଆଜି ଫିଜିକ୍ସ ପରୀକ୍ଷା ଦେଇଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ। ଗତ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଥିଲା ଫିଜିକ୍ସ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ମୋଟ ୭୦ ମାର୍କର ପ୍ରଶ୍ନ ପତ୍ର ଭିତରୁ ୨୭ ମାର୍କର ପ୍ରଶ୍ନ ସିଲାଵସ ବାହାରୁ ଆସିଥିବାରୁ ଉତ୍ତର ଦେଇ ପାରିନଥିଲେ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ରାଜ୍ୟରେ ୧ ଲକ୍ଷ ୧୬ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଉଛନ୍ତି।