ଡ୍ରାଇଭରଙ୍କୁ ହଠାତ୍‌ ଆସିଲା ହାର୍ଟଆର୍ଟକ୍‌, ଶୋଭାଯାତ୍ରାରେ ପଶାଇ ଦେଲେ ବୋଲେରୋ ଆଉ ତା’ ପରେ….

ଶୋଭାଯାତ୍ରା ଚାଲିଥିଲା । ସମସ୍ତେ କେଡ଼େ ଆନନ୍ଦରେ ଶୋଭାଯାତ୍ରାରେ ରାସ୍ତାରେ ଯାଉଥିଲେ । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ପଛ ପଟରୁ ତାଙ୍କ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା ବୋଲେରୋଟି । ଆଉ ଆଖି ସାମ୍ନାରେ ସଙ୍ଗେ ସଙ୍ଗେ ଘଟିଗଲା ଏତେ ବଡ଼ ଅଘଟଣ। କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଗଲା । ଯେତେବେଳେ କେହି କିଛି ବୁଝିବାକୁ ଚେଷ୍ଟା କରିଥିଲେ ସେତେବେଳକୁ ୨ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ରାଜସ୍ଥାନରେ ନାଗୋରର ଡେଗାନାରେ ଧାର୍ମିକ କାର୍ଯ୍ୟକ୍ରମ ବେଳେ ଘଟିଥିଲା ଏହି ଅଘଟଣ । ଏକ ବୋଲେରୋ ଅନିୟନ୍ତ୍ରିତ ହୋଇ ଶୋଭାଯାତ୍ରା ଭିତରେ ପଶିଯାଇଥିଲା । ବୋଲେରୋ ଗାଡ଼ି ପାଖାପାଖି ୧୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ଅନ୍ୟମାନେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଅଜମେର୍‌ ରେଫର କରାଯାଇଛି । ସେଠାରେ କିଛି ଆହତମାନଙ୍କର ଡେଗାନାରେ ଚିକିତ୍ସା ମଧ୍ୟ ଚାଲିଛି ।

ତେବେ ବଜାରରେ ଶୋଭାଯାତ୍ରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଶୋଭାଯାତ୍ରା ଯୋଗୁ ରାସ୍ତା ପ୍ରବଳ ଭିଡ଼ ଥିଲା ଏବଂ ଏଥିରେ ଅନେକ ମହିଳା ଓ ଶିଶୁ ସାମିଲ ଥିଲେ । ସବୁକିଛି ଠିକ୍‌ ଚାଲିଥିବା ବେଳେ ହଠାତ୍‌ ସେହି ସମୟରେ ପଛପଟୁ ମାଡ଼ି ଆସଥିଲା । ଆଉ ସମସ୍ତଙ୍କ ଉପରେ ଚଢ଼ାଇ ଦେଇଥିଲା । ଯେଉଁ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ଏସବୁ ଏତେ ଜଲଦି ଘଟିଯାଇଥିଲା ଯେ କେହି କିଛି ବୁଝିପାରି ନଥିଲେ । ସେତେବେଳକୁ ଅନେକ ଆହତ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଚାଲିଯାଇଛି ।

ତେବେ ଏକ ଖବରରୁ ଜଣାପଡ଼ିଛି ଯେ ବୋଲେରୋ ଚାଳକଙ୍କୁ ହଠାତ୍‌ ହୃଦ୍‌ଘାତ ଆସିଥିଲା, ଯାହାଫଳରେ ଗାଡ଼ି ଅନିୟନ୍ତ୍ରିତ ହୋଇ ଶୋଭାଯାତ୍ରା ଭିତରେ ପଶିଯାଇଥିଲା ଏବଂ ଲୋକଙ୍କ ଉପରେ ମାଡ଼ି ଯାଇଥିଲା ।ଏହାର ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି କି, କିପରି ବୋଲେରୋ ଗାଡ଼ିଟି ଶୋଭାଯାତ୍ରା ଭିତରେ ପଶୁଛି ଏବଂ ଲୋକଙ୍କୁ ଚଢ଼ାଇ ଆଗକୁ ମାଡ଼ିଯାଉଛି ।

ଭିଡିଓ ଅନୁସାରେ, ବୋଲେରୋ ଚାଳକ ପ୍ରଥମେ ଶୋଭାଯାତ୍ରା ପଛେ ପଛେ ଧୀରେ ଧୀରେ ଗାଡ଼ି ଚଲାଉଛନ୍ତି । କିନ୍ତୁ କିଛି ସମୟ ପରେ ହଠାତ୍‌ ଗାଡ଼ିର ବେଗ ବଢ଼ି ଯାଉଛି ଏବଂ ଏହା ଲୋକଙ୍କ ଉପରେ ମାଡ଼ି ଯାଉଛି । ବାସ୍ତବରେ, ଗାଡ଼ି ଚାଳକଙ୍କୁ ହାର୍ଟ ଆଟାକ୍‌ ଆସିବା କାରଣରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଯାହା ଫଳରେ ଏତେ ବଡ଼ ଅଘଟଣ ଘଟିଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.