Below header

କାଳିଆ ଧାମରେ କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍) : କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇବ। ଓଡ଼ିଶାର ଅର୍ଥନୀତିର ବିକାଶ ପାଇଁ ଏହା ସହାୟକ ହେବ। କାଳିଆ ଧାମରେ କାଳିଆ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ପୁରୀ ରାହାଙ୍ଗିରିଆଠାରେ ବିଶାଳ ଚାଷୀ ସମାବେଶରେ କାଳିାମ.ଆ ଯୋଜନାର ଆରମ୍ଭ କରାଯାଇଛି। ଆଜିଠାରୁ କାଳିଆ ଯୋଜନାରେ ପ୍ରାଥମିକ ପ୍ରଯ୍ୟାୟରେ ଚୟନ ହୋଇଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବ। ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୫ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ। ଆଜିଠାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଏହି ଯୋଜନାରେ ଚୟନ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ପାଞ୍ଚଟି କିସ୍ତିରେ ଚାଷୀମାନଙ୍କୁ ୨୫ ହଜାର ଟଙ୍କା ଦିଆଯିବ ।

ଚାଷୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି। ଆପଣମାନଙ୍କ ଚାଉଳରେ ମହାପ୍ରସାଦ ହେଉଛି। ଯେପରି ସବୁ ଫସଲରେ ସବୁ ଋତୁରେ ସାହାଯ୍ୟ ପାଇପାରିବେ ,ଏଥିପାଇଁ କାଳିଆ ଯୋଜନା ହୋଇଛି ବୋଲି ନବୀନ କହିଛନ୍ତି। କାଳିଆ ଯୋଜନାରେ ସବୁ ଚାଷୀ ଲାଭ ପାଇବେ। କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇବ। ଏହି ଯୋଜନାକୁ କେହି ରୋକିପାରିବେ ନାହିଁ। ରାଜ୍ୟର ୯୨ ପ୍ରତିଶତ ଚାଷୀ ଏଥିରୁ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅର୍ଥନୀତିର ବିକାଶରେ କାଳିଆ ଯୋଜନା ଏକ ମାଇଲଖୁଣ୍ଟ ହେବ ବୋଲି ନବୀନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.