କେଭି ସିଂଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଟନାଗଡ ବିଧାୟକ

ବଲାଙ୍ଗିର : ବିଧାୟକ କେଭି ସିଂଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବଲାଙ୍ଗିରର ଖମ୍ବଶିରିପାଲିରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କେଭି ସିଂଦେଓ ଓ ସଙ୍ଗୀତା ସିଂଦେଓ । ଭୁବନେଶ୍ୱରରୁ ଫେରୁଥିବା ବେଳେ ଖମ୍ବଶିରିପାଲି ନିକଟରେ ଏକ ତେଲ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କେଭିଙ୍କ ଗାଡିର ଆଗ ପଟ ସମ୍ପୂ୍‌ର୍ଣ୍ଣ ଭାଙ୍ଗି ଯାଇଥିଲା । ଏହାପରେ ଅନ୍ୟ ଏକ ଗାଡ଼ିରେ ଉଭୟ ପାଟଣାଗଡ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.