ଅରୁଣାଚଳରେ ବଡ଼ ଧରଣର ମାଓ ଆକ୍ରମଣ, ବିଧାୟକଙ୍କ ସମେତ ୧୧ ଜଣଙ୍କୁ ଗୁଳି କରି ହତ୍ୟା

ଇଟାନଗର : ଅରୁଣାଚଳ ପ୍ରଦେଶରେ ବଡ଼ଧରଣର ମାଓବାଦୀ ହାମଲା । ଏଥିରେ ଜଣେ ବିଧାୟକଙ୍କର ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଏନ୍‌ଏସ୍‌ସିଏନ୍‌ ଗୋଷ୍ଠୀର ନକ୍ସଲମାନେ ନେସନାଲ ପିପୁଲ୍ସ ପାର୍ଟିର ବିଧାୟକ ତିରୋଙ୍ଗ ଅବୋ ଆସାମର

ABHO

ଦିବ୍ରୁଗଡ଼ରୁ ଅରୁଣାଚଳ ଆସୁଥିଲେ । ତାଙ୍କ ପୁଅ ଗାଡ଼ି ଚଳାଉଥିଲା ଏବଂ ମୋଟ୍‌ ତିନିଟି କାର୍‌ରେ ତାଙ୍କ ସହଯୋଗୀମାନେ ଆସୁଥିଲେ । ତାଙ୍କୁ ବୋଗାପାନି ଅଞ୍ଚଳରେ ନାଗା ବିଦ୍ରୋହୀମାନେ ଅଟକାଇ ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ଆବୋଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଉଗ୍ରବାଦୀମାନେ ତାଙ୍କୁ ଧମକ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.