ମୋଦିଙ୍କ ପ୍ରଥମ ଇନିଂସର ଶେଷ ମନ୍ତ୍ରିମଣ୍ଡଳ ବୈଠକ, ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟର ପ୍ରଥମ ଇନିଂସର ଶେଷ ବୈଠକ। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି । ସେହିପରି ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଶ ପାଇଁ ସେବା ନେଇ କେନ୍ଦ୍ରମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମେ ୨୩ ଭୋଟ ଗଣତି ପୂର୍ବରୁ ଦେଶର ସେବା ପାଇଁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ବୈଠକ ହୋଇଥିବା ବିଜେପି କହିଛି। ବୈଠକ ପରେ ଏନଡିଏର ସହଯୋଗୀ ଦଳମାନଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ ସିଂହ, ନୀତିନ ଗଡ଼କରୀ, ଜେପି ନଡ୍ଡା ଓ ପ୍ରକାଶ ଜାଭଡେକର ଯୋଗ ଦେଇଛନ୍ତି। ମେଣ୍ଟର ସହଯୋଗୀଦଳଙ୍କ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାମ ବିଳାସ ପାଶୱାନ, ଅକାଳୀ ଦଳରୁ ହରସିମ୍‌ରତ କୌର ବାଦଲ, ଅପନା ଦଳର ଅନୁପ୍ରିୟା ପଟେଲ ଉପସ୍ଥିତ ଅଛନ୍ତି। ନୈଶ ଭୋଜିରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଶିବସେନା ସୁପ୍ରିମୋ ଉଦ୍ଧବ ଥାକରେ ପ୍ରମୁଖ ଯୋଗଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.