ଦୁଇ ତୃତୀୟାଂଶ ଆସନରେ ଜିତିବ ବିଜେଡି, ଗଣତି ପୂର୍ବରୁ ଦୃଢ଼ୋକ୍ତି କଲେ ଦଳ ମୁଖପାତ୍ର ପ୍ରତାପ ଦେବ

ରାଜ୍ୟରେ ବିଜେଡି ସରକାର ଗଠନ କରିବ। ଦୁଇ ତୃତୀୟାଂଶରୁ ଅଧିକ ଆସନରେ ଜିତି ସରକାର ଗଠନ କରିବ। ଏହି ଦୃଢୋକ୍ତି ପ୍ରକାଶ କରୁଛି ବିଜେଡି । କେନ୍ଦ୍ର ସରକାର ଗଠନରେ ବିଜେଡିର ଭୂମିକା କଣ ରହିବ। ମେ ୨୩ ପରେ ଜଣା ପଡିବ ବୋଲି କହୁଛି ଦଳ। ଦଳ କାହାକୁ ନିଜ ଆଡୁ ସମର୍ଥନ ଦେବ ନାହିଁ । ଯଦି କେହି ସମର୍ଥନ ମାଗେ ତେବେ ସର୍ତ୍ତ ରଖାଯିବ। ରାଜ୍ୟର ନାଯ୍ୟଦାବି ଯିଏ ପୁରଣ କରିବ ତାକୁ ସମର୍ଥନ କରାଯିବ ବୋଲି ବିଜେଡି କହିଛି । ପଶ୍ଚିମ ଓଡ଼ିଶାରେ ବେଶ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଦଳ ଆଶାଦାବୀ ଅଛି।

ସେପଟେ ବିଜେପି ମିଶନ ୧୨୦ ପ୍ଲସ କଣ ହେଲା। ବିଜେପି ନେତା ପ୍ରଶ୍ନ ଏଡାଇ ଯାଉଛନ୍ତି । କହୁଛନ୍ତି ବିଜେପି ଭଲ ପ୍ରଦର୍ଶନ କରିଛି।

ବିଭିନ୍ନ ଏକ୍‌ଜିଟ୍‌ ପୋଲ ମୁତାବକ ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହେଉଛି। କଂଗ୍ରେସ ପଛରେ ପଡି ଯାଇଛି। ଏକ୍‌ଜିଟ୍‌ ପୋଲ ମୁତାବକ କେନ୍ଦ୍ରରେ ସ୍ପଷ୍ଟ ବହୁମତ ପାଉଛି ଏନ୍‌ଡିଏ। ଏଭଳି ସ୍ଥିତିରେ କେନ୍ଦ୍ରରେ ବିଜେଡିର ଭୂମିକା କଣ ରହିବ। ତେବେ ବାସ୍ତବ ଚିତ୍ର କଣ, ମେ ୨୩ ପରେ ଜଣା ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.