କନ୍ଧମାଳର ବିଧାୟକ ଓ କର୍ମୀମାନଙ୍କୁ ଭେଟିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳର ବିଧାୟକ ଓ କର୍ମୀମାନଙ୍କୁ ଭେଟିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଭୁବନେଶ୍ୱରରେ ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ଆସିଥିବା କନ୍ଧମାଳ ବିଜେଡି କର୍ମୀ ଓ ବିଧାୟକମାନଙ୍କୁ ଡକ୍ଟର ସାମନ୍ତ ଭେଟିଥିଲେ । ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସୁବିଧା ଅସୁବିଧା ଜିଲ୍ଲା ଓ ବ୍ଲକ ସ୍ତରର କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଆଗକୁ ନିର୍ବାଚନ ରହିଛି ତାହା ପୂର୍ବରୁ କନ୍ଧମାଳ ଜିଲ୍ଲାରେ ବିଜେଡି କେମିତି ପୂର୍ବ ଅପେକ୍ଷା ଅଧିକରୁ ଅଧିକ ଜନସମର୍ଥନ ହାସଲ କରିବ ସେନେଇ କର୍ମୀମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଏହାସହ ଜିଲ୍ଲା ପାଇଁ ଯାହା କରିବାର ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇଛି ।

ବ୍ୟକ୍ତିଗତ ଓ ସରକାରଙ୍କ ତରଫରୁ ଯାହା କନ୍ଧମାଳ ପାଇଁ କରିବା କଥା କରିଛି ଆଗକୁ ମଧ୍ୟ ଲୋକଙ୍କ ପାଇଁ ଏହିଭଳି କାର୍ଯ୍ୟ କରିବି ବୋଲି ମଧ୍ୟ ଡକ୍ଟର ସାମନ୍ତ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, କନ୍ଧମାଳ ଜିଲ୍ଲାର ୩ ବିଧାୟକ ଓ ବିଜେଡି କର୍ମୀ ମାନେ ଉପସ୍ଥିତି ରହିଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.