କନ୍ଧମାଳରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ୨୦ଟି ବିଦ୍ୟାଳୟରେ ହେବ ଭିତ୍ତିଭୂମିର ବିକାଶ ଓ ପୁନରୁଦ୍ଧାର

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସ୍ତାବିତ ନୂତନ କୋଠା ପାଇଁ ଜମିର ପରିଦର୍ଶନ କରିବା ସହ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବାକୁ ଥିବା ନୂଆ ବ୍ଲଡ ବ୍ୟାଙ୍କ ସ୍ଥାନ ଡ. ସାମନ୍ତ ଆଜି ବୁଲି ଦେଖିଥିଲେ ।

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସ୍ତାବିତ ନୂତନ କୋଠା ପାଇଁ ଜମିର ପରିଦର୍ଶନ କରିବା ସହ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବାକୁ ଥିବା ନୂଆ ବ୍ଲଡ ବ୍ୟାଙ୍କ ସ୍ଥାନ ଆଜି ବୁଲି ଦେଖିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ ।

ଏହାବ୍ୟତୀତ କନ୍ଧମାଳ ଜିଲ୍ଲାର ୨୦ଟି ବିଦ୍ୟାଳୟରେ ଶିକ୍ଷା ଓ ତତ ସମ୍ବନ୍ଧୀୟ ଭିତ୍ତିଭୂମିର ବିକାଶ ଓ ପୁନରୁଦ୍ଧାର ପାଇଁ ପାୱାର ଫାଇନାନ୍ସ କର୍ପୋରେସନ୍‌ ଲିମିଟେଡ୍‌ ଓ ଇଣ୍ଟିଗ୍ରେଟେଡ୍‌ ଡେଭଲପମେଣ୍ଟ ଏଜେନ୍ସୀ ବାଲିଗୁଡ଼ା ମଧ୍ୟରେ ଏକ ବୁଝାମଣା ହୋଇଯାଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‌ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.