ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌। ୨୦ରୁ ଉର୍ଦ୍ଧ୍ୱ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଯାଇ ଜଗମୋହନ, ନାଟମଣ୍ଡପ, ଗର୍ଭ ଗୃହ, ରୋଷ ଘର ଓ ଭୋଗ ମଣ୍ଡପ ଚଟାଣ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି।

ପୁରୀ (କେନ୍ୟୁଜ୍): ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌। ୨୦ରୁ ଉର୍ଦ୍ଧ୍ୱ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଯାଇ ଜଗମୋହନ, ନାଟମଣ୍ଡପ, ଗର୍ଭ ଗୃହ, ରୋଷ ଘର ଓ ଭୋଗ ମଣ୍ଡପ ଚଟାଣ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି।

ବିଶେଷ କରି ଗର୍ଭ ଗୃହ ଓ ଜଗମୋହନରେ କଳା ଆସ୍ଥରଣ କେତେ ପରିମାଣର ଜମିଛି, କିଭଳି ଏହାର କେମିକାଲ ୱାସିଙ୍ଗ କରାଯିବ ସେନେଇ ଅନୁଧ୍ୟାନ କରାଯାଇଛି। ସେହିଭଳି ରୋଷଶାଳା ଓ ଭୋଗ ମଣ୍ଡପ ଚଟାଣରେ ଲାଗିଥିବା ପଥରର ସ୍ଥିତି କିଭଳି ରହିଛି ସେନେଇ ଅନୁଧ୍ୟାନ କରୁଛି ଟିମ୍‌।

ଶ୍ରୀମନ୍ଦିର ଭିତରେ ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ସ୍ୱତନ୍ତ୍ର ଜାଲିର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ଜୈବ ଓ ପ୍ରାକୃତିକ ପ୍ରଣାଳିରେ ପିତ ପଦାର୍ଥ ରଖି ମୂଷା ଅସରପା ନଆସିବା ନେଇ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.