ଓଡ଼ିଶାରେ ଏକ ରାଷ୍ଟ୍ରୀୟ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ନେଇ ସଂସଦରେ ଦାବି ଉଠାଇଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ସଂସଦରେ ଓଡ଼ିଶାରେ ଏକ ରାଷ୍ଟ୍ରୀୟ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଦାବି ଉଠାଇଛନ୍ତି । ଆଜି ଶୁନ୍ୟକାଳରେ ଲୋକସଭାେରେ ଡକ୍ଟର ସାମନ୍ତ ଏହି ଦାବି ଉପସ୍ଥାପନ କରି କହିଛନ୍ତି, ଓଡ଼ିଶା ହେଉଛି ଏକ ଜନଜାତି ବହୁଳ ରାଜ୍ୟ । ଏହାର ମୋଟ ଲୋକସଂଖ୍ୟାର ୨୪ ପ୍ରତିଶତ ହେଉଛନ୍ତି ଜନଜାତି । ଓଡ଼ିଶାରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଓ ୧୩ ପ୍ରକାର ଆଦିମ ଜନଜାତି ସମ୍ପ୍ରଦାୟ ରହିଥିବା ବେଳେ ଏହା ଭାରତର ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇନଥାଏ । ଜନଜାତି ହେଉଛନ୍ତି ଓଡ଼ିଶାର ଆତ୍ମା ।
courtesy lokasabha Tv

ଓଡ଼ିଶାରେ ଜନଜାତି ଅଞ୍ଚଳ ତଥା ଜନଜାତି ସମ୍ପ୍ରଦାୟ ବିକାଶ, ସେମାନଙ୍କୁ ବହୁବିଧ ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଓ କଳାକୁ ବର୍ତ୍ତମାନ ଓ ପରବର୍ତ୍ତୀ ପିଢ଼ି ପାଇଁ ସରଂକ୍ଷିତ ରଖିବା ଲାଗି ମ୍ୟୁମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଜନଜାତି ବହୁଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ତେଣୁ ରାଷ୍ଟ୍ରୀୟ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ପ୍ରକୃଷ୍ଠ ସ୍ଥାନ ହେଊଛି ଓଡ଼ିଶା । ଏ ଦିଗରେ କେନ୍ଦ୍ର ସରକାର ବିଶେଷକରି କେନ୍ଦ୍ର ଜନଜଜାତି ବିକାଶ ମନ୍ତ୍ରୀ ପ୍ରସ୍ତାବିତ ରାଞ୍ଚି ରାଷ୍ଟ୍ରୀୟ ସଂଗ୍ରହାଳୟ ଭଳି ଓଡ଼ିଶାରେ ମଧ୍ୟ ଏକ ରାଷ୍ଟ୍ରୀୟ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.