ଘଣ୍ଟାକୁ ୧୦୨ କିଲୋମିଟର ବେଗରେ ଦୌଡ଼ିଲା ଚିତା, କେବେ ବି ଦେଖିନଥିବେ ଏଭଳି ଆଖି ଝଲସାଇଦେବା ଭଳି ଭିଡିଓ; ଥରେ ପକାନ୍ତୁ ନଜର

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ପ୍ରାୟ ସମୟରେ ଭାଇରାଲ ହୋଇଥାଏ, ଯାହାକୁ ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜୀବମାନଙ୍କ ମଧ୍ୟରେ ଚିତା ହିଁ ଏକ ଏଭଳି ଜୀବ, ଯିଏ ଖୁବ୍‌ ବେଗରେ ଧାଇଁପାରେ। କମନୀୟ ଶରୀର ଓ ତୀବ୍ରବେଗରେ ଦୌଡ଼ିବା ପାଇଁ ଚିତା ପ୍ରସିଦ୍ଧ।

Image result for cheetah runs 102 km per hour"

ବାଲିରେ ଏକ ଚିତା ବାଘ ଖୁବ୍‌ ବେଗରେ ଦୌଡ଼ୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କୁହାଯାଇଛି ଯେ ଚିତାଟି ୧୦୨ କିଲୋମିଟର ବେଗରେ ଧାଉଁଛି। ଏହି ଭିଡିଓକୁ ଟ୍ଵିଟରରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସର ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି।

ଭିଡିଓକୁ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଚିତାକୁ ଦୌଡ଼ୁଥିବା ଦେଖିବା ସବୁଠାରୁ ଅଦ୍ଭୁତ ଅନୁଭବ। ଆଫ୍ରିକାନ୍‌ ଏସ୍ପିକୁ ଭାରତକୁ ଅଣାଯିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଭାରତରେ ଏସିଆ ଚିତାକୁ ଶେଷ ଥର ପାଇଁ ୧୯୫୧ ମସିହାରେ ଦେଖିବାକୁ ମିଳିଥିଲା। ଭାରତରେ ଏହାର ପ୍ରଜନନର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ’।

Image result for cheetah runs 102 km per hour"

 

ସୂଚନାଯୋଗ୍ୟ ଯେ ଏହି ଭିଡିଓକୁ ଫେବ୍ରୁଆରୀ ୪ ତାରିଖରେ ସେୟାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୫ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଏଥିସହ ଏହାକୁ ୨ ହଜାର ଲାଇକ ଓ ୫୦୦ରୁ ଊର୍ଦ୍ଧ୍ୱ ଥର ରିଟ୍ଵିଟ୍‌ କରାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.