ଅଭିଭାବକଙ୍କୁ ପିଲାଙ୍କ ମେସେଞ୍ଜର ଉପରେ ନଜର ରଖିବାର ଅଧିକାର ଦେଲା ଫେସବୁକ

ତେର ବର୍ଷରୁ କମ ବୟସର ପିଲାଙ୍କ ଫେସବୁକ ମେସେଜିଙ୍ଗ ଆପ ଉପରେ ବର୍ତ୍ତମାନ ତାଙ୍କ ବାପା ମା’ ନଜର ରଖିପାରିବେ । ପିଲାମାନଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ଫେସବୁକ ମଙ୍ଗଳବାରକୁ ନୂଆ ଟୁଲ ଓ ଫିଚର ଜାରି କରାଯାଇଛି ଯେଉଁଥିରେ ଏପରି ବ୍ୟବସ୍ଥା କରାଯାଇଛି ।

ପିଲାମାନଙ୍କୁ ଅନଲାଇନ ଅସୁରକ୍ଷିତ ମାହୋଲ ଦେବା କାରଣରୁ ଫେସବୁକକୁ ନେଇ ଲଗାତାର ଆଲୋଚନା ଚାଲିଛି । ତେବେ ଗତବର୍ଷ ଅଗଷ୍ଟ ମାସରେ ମେସେଞ୍ଜର କିଡ଼ସ ଆପରେ ପିଲାମାନଙ୍କୁ ଗ୍ରୁପ ଚାଟରେ ଯୋଡିହେବାର ଅପ୍ସନ ଦିଆଯାଇଥିଲା । ଯାହାର ସଦସ୍ୟ ଅଭିଭାବକଙ୍କ ଅନୁମତି ବିନା ହିଁ ଯୋଡି ହୋଇଥିଲେ । ତେବେ ପିଲାମାନଙ୍କ ଆପରେ ଆସିଥିବା ମେସେଜ ବି encrypt କରାଯାଇଥିଲା । ଯାହା ଉପରେ ଅନେକ ଦେଶର ସରକାର ମଧ୍ୟ ଆପତ୍ତି ଉଠାଇଥିଲେ । ଏହି କାରଣରୁ ପିଲାମାନଙ୍କୁ ଅନଲାଇନ ଶୋଷଣ ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡୁଥିଲା ।

Image result for messenger kids"

ବର୍ତ୍ତମାନ ପିଲାମାନଙ୍କ ଆକାଉଣ୍ଟରେ ଅଭିଭାବକମାନଙ୍କର ଅଧିକାର ଅଛି ଯେ ସେମାନେ..

  • ପିଲାମାନଙ୍କ ମେସେଜିଙ୍ଗ ଆପର ଚାଟ ହିଷ୍ଟ୍ରୀ ଦେଖିପାରିବେ ।
  • ବ୍ଲକ ଓ ଅନବ୍ଲକ ହୋଇଥିବା ଆକାଉଣ୍ଟର ସୂଚନା ମଧ୍ୟ ପାଇପାରିବେ ।
  • ନିକଟରେ ଇନବକ୍ସରେ ପଠାଯାଇଥିବା ଫଟୋ ଓ ଭିଡିଓ ଦେଖି ପାରିବେ ।
  • ଆବଶ୍ୟକସ୍ଥଳେ ଫଟୋ ଓ ଭିଡିଓ ହଟାଇ ପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.