୩୫ ବର୍ଷ ବୟସରେ ୧୧ ସନ୍ତାନର ଜନନୀ ଏହି ମହିଳା, ହେଲେ ଏବେ ଜୀବିତ ଅଛନ୍ତି ୭ ଜଣ

କେନ୍ୟୁଜ୍(ବ୍ୟୁରୋ): ବୟସ ୩୫ । ୧୧ ସନ୍ତାନର ଜନନୀ । ହେଲେ ଏବେ ଜୀବିତ ଅଛନ୍ତି ୭ ଜଣ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ କୁଆଁରବିଲ ଗାଁ ଜିଙ୍ଗି ହେଂବ୍ରମ ଏବେ ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି । ଗତ ୩ ତାରିଖରେ ରାତିରେ ଜିଙ୍ଗିଙ୍କୁ ୧୦୮ ଆମ୍ବୁଲାନ୍‌ସରେ କଟକ ବଡ଼ ଡାକ୍ତରଖାନା ଅଣାଯାଉଥିବା ବେଳେ ବଡ଼ଚଣା ନିକଟରେ ସେ ଗାଡ଼ିରେ ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ବଡ଼ଚଣା ସିଏଚସିରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ୫ ଟି ଛୁଆ ଘରେ ଥିବା ବେଳେ ୨ ନବଜାତକ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦେହ ଖରାପ ଯୋଗୁ ଅନ୍ୟ ଛୁଆଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.