ରାଇଆଁ ଗାଁରେ କଙ୍ଗାରୁ କୋର୍ଟ ଘଟଣା: ଆତ୍ମହତ୍ୟା କରିବାକୁ ଚେତାବନୀ ଦେଲେ ପୀଡିତଙ୍କ ପତ୍ନୀ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗାଁ ରେ । ଯେଉଁଠି କଙ୍ଗାରୁ କୋର୍ଟରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ଲଗାତାର ତିନି ଦିନ ଧରି ଉଭୟ ମହିଳା ଓ ପୁରୁଷଙ୍କୁ ବାନ୍ଧି ରଖିଥିଲେ। ଗାଁରେ ଚାଲିଥିଲା ତୁହାକୁତୁହା ମିଟିଂ, ଆଉ ପୋଲିସକୁ ନଥିଲା ଏନେଇ ଖୋଜ ଖବର ।

ବାଙ୍ଗିରିପୋଷି(କେନ୍ୟୁଜ୍): ଗଣମାଧ୍ୟମରେ ଆପଣ ବିଭିନ୍ନ ସମୟରେ ଶୁଣିଥିବେ ଖାପ ପଞ୍ଚାୟତ, କଙ୍ଗାରୁ କୋର୍ଟ ଭଳି ଘଟଣା  ସମ୍ପର୍କରେ । ତେବେ ଏସବୁ ଘଟଣା ଘଟେ ପ୍ରାୟତଃ ଯେଉଁଠାରେ ପ୍ରଶାସନ କି ପୋଲିସ ପହଞ୍ଚି ପାରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ଏଭଳି ପରିସ୍ଥିତିରେ କଣ ବିତୁଥିବା ପୀଡିତ କିମ୍ବା ପୀଡ଼ିତାଙ୍କ ଉପରେ।

ଠିକ ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗାଁ ରେ । ଯେଉଁଠି କଙ୍ଗାରୁ କୋର୍ଟରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ଲଗାତାର ତିନି ଦିନ ଧରି ଉଭୟ ମହିଳା ଓ ପୁରୁଷଙ୍କୁ ବାନ୍ଧି ରଖିଥିଲେ। ଗାଁରେ ଚାଲିଥିଲା ତୁହାକୁତୁହା ମିଟିଂ, ଆଉ ପୋଲିସକୁ ନଥିଲା ଏନେଇ ଖୋଜ ଖବର । ଯେଉଁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତର ରାଇଆଁ ଗ୍ରାମର ଜଣେ ବିବାହିତା ମହିଳା ଓ ଶ୍ୟାମସୁନ୍ଦରପୁର ପଂଚାୟତ ନୂଆଗାଁର ଜଣେ ବିବାହିତ ପୁରୁଷଙ୍କୁ ଅସଂଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ବୁଧବାର ଉଭୟଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଘଟଣାସ୍ଥଳରେ ଆକ୍ରୋଶ ଦେଖାଦେଇଥିଲା ।

ଲୋକଙ୍କ ସନ୍ଦେହ ଘେରରେ ଆସିଥିବା ଯୋଗୁ ଲୋକେ ଦୁହିଁଙ୍କୁ ଗାଳି ଗୁଲଜ କରିବା ସହ ବାନ୍ଧି ପକାଇଥିଲେ। ପରେ ସ୍ଥିତି ଅସମ୍ଭାଳ ହେବାରୁ ଗ୍ରାମବାସୀ ଉଭୟଙ୍କୁ ସର୍ବ ସମ୍ମୁଖ ରେ ନିସ୍ତୁକ ମାଡ଼ ମାରିଥିଲେ।  ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସେମାନଙ୍କୁ ଗାଁରେ ଅଟକ ରଖିଥିବା ଜଣାପଡିଥିଲା । ତେବେ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରେ ବିଚାର କରିବାକୁ ଜିଦ୍‌ ଧରି ଥିବା ବେଳେ ଏପରିକି ପୋଲିସକୁ ମଧ୍ୟ ସୂଚନା ଦିଆଯାଇନଥିବା ଜଣାପଡିଛି। ପୋଲିସ ଖବର ପାଇ ଗତକାଲି ଠାରୁ ଗାଁରେ ଡେରା ପକାଇ ଜଗିଥିଲା । ଉଭୟ ମହିଳା ଏବଂ ପୁରୁଷ ଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲା । ହେଲେ ଗ୍ରାମବାସୀ ମହିଳାଙ୍କ ସ୍ୱାମୀ ଆସିବା ପରେ ଯାହା କିଛି ସମାଧାନ ହେବ ବୋଲି କହିଥିଲେ ।

police station

ହେଲେ ଏପଟେ ବହୁ ଖୋଜାଖୋଜି ପରେ ଖବର ପାଇ ରାଇଆଁ ଗ୍ରାମକୁ ଯାଇ ପହଁଚିଥିଲେ ବନ୍ଧା ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ । ଆଉ ଦେଖିବାକୁ ପାଇଥିଲେ ଗ୍ରାମବାସୀ ତାଙ୍କ ସ୍ୱାମୀଙ୍କ ସହିତ ଜଣେ ସ୍ତ୍ରୀ ଲୋକକୁ ଦଉଡିରେ ବାନ୍ଧି ରଖିଛନ୍ତି । ସମାଧାନ ପାଇଁ ଚେଷ୍ଟା କରିବାରୁ ମାରି ଦେବାର ଧମକ ଦେଇଥିଲେ । ତେଣୁ ବାଧ୍ୟ ହୋଇ ବାଙ୍ଗିରିପୋଷି ପୋଲିସର ସହାୟତା ନେଇଥିଲେ ପତ୍ନୀ । ତଥାପି ପୋଲିସ ନିରବ ଦ୍ରଷ୍ଟା ସାଜିଥିଲା । ଏପରିକି ତାଙ୍କ ସ୍ୱାମୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଥିଲା । ତେବେ ବହୁ ବୁଝାସୁଝାପରେ ଶେଷରେ ପୋଲିସ ଉଭୟ ମହିଳା ଏବଂ ପୁରୁଷ ଙ୍କୁ ଥାନାକୁ ଆଣିଥିଲା । ଅନ୍ୟପଟେ ବନ୍ଧା ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ଦୁଲାରୀ ପୋଲିସ ଉପରକୁ ଆଙ୍ଗୁଳି ଉଠାଇ ଥିବାବେଳେ ଦରକାର ପଡ଼ିଲେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି ।

ଆଇନ୍କୁ ହାତକୁ ନନେବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ବି ଏଭଳି ଘଟଣା ଥମିବାର ନନେଉନାହିଁ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ଭାଇରାଲ ଭିଡ଼ିଓ ଆଧାରରେ ପୋଲିସ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.