Below header

ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଉପ ଜିଲ୍ଲାପାଳଙ୍କ ଅଫିସର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି ।

ବାରିପଦା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ । ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଉପ ଜିଲ୍ଲାପାଳଙ୍କ ଅଫିସର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । କୁଳିଅଣାରେ ପଢ଼ିଆରିପୁରରେ ରାମଚନ୍ଦ୍ର ସେନଙ୍କର ୪ ମହଲା କୋଠା ରହିଛି । ସେହିପରି ରଘୁନାଥଗଞ୍ଜରେ ତିନି ମହଲା କୋଠା ଥିବା ବେଳେ ସେଥିରେ ଫିଜିଓଥେରାପି କ୍ଲିନିକ ଚାଲିଛି । ବାରିପଦାରେ ଥିବା ତାଙ୍କର ଅଫିସ ରୁମ୍‌ ଓ ଶାମାଖୁଣ୍ଟା ସ୍ଥିତ ତହସିଲଦାରଙ୍କ ଅଫିସରେ ଥିବା ରାମଚନ୍ଦ୍ର ସେନଙ୍କ ପୁଅଙ୍କ ଅଫିସ ରୁମ୍‌ରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.