ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବାଙ୍କୀ ଏନ୍‌ଏସି ଅଞ୍ଚଳର ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଲାଗିଥିବା ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗାଁର ଅନୀଲ ବେହେରା । କେହି ହତ୍ୟା କରି ଦୋଳିରେ ଝୁଲାଇ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ ।

ବାଙ୍କୀ (କେନ୍ୟୁଜ): ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍କୀ ଏନ୍‌ଏସି ଅଞ୍ଚଳର ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଲାଗିଥିଲା ରଜ ଦୋଳି। ସେଠାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଯୁବକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗାଁର ଅନୀଲ ବେହେରା । କେହି ହତ୍ୟା କରି ଦୋଳିରେ ଝୁଲାଇ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ । ପୂର୍ବରୁ ମୃତ ଯୁବକଙ୍କ ସହିତ କିଛି ଯୁବକଙ୍କର ଗଣ୍ଡଗୋଳ ଥିବା ମୃତକଙ୍କ ଦାଦା ସୂଚନା ଦେଇଛନ୍ତି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.